Odisha news

ପ୍ଲାଜମା ଦାନ ପାଇଁ ୫ଜଣଙ୍କ କଟକ ଯାତ୍ରା

0

ବାଲେଶ୍ୱର :  ସମ୍ପ୍ରତି ସାରା ବିଶ୍ୱ କରୋନା ମହାମାରୀ କବଳରେ ଥିବା ବେଳେ, ପ୍ରତିକାର ପାଇଁ ଟୀକା ଏଯାଏ ବାହାରି ପାରି ନାହିଁ । ତେଣୁ ଗୁରୁତର ରୋଗୀମାନଙ୍କ ପାଇଁ ପ୍ଲାଜମା ଚିକିତ୍ସା ହିଁ ଆଶାର ଆଲୋକ ବର୍ତ୍ତିକା ସାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆମ ରାଜ୍ୟରେ ସ୍ୱେଚ୍ଛାକୃତ ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ବହୁ ଯୁବକ ଯୁବତୀ ଆଗ୍ରହୀ ହେଉଛନ୍ତି । ସୋମବାର ସକାଳେ ବାଲେଶ୍ୱରରୁ ୫ଜଣ ଯୁବକ ପ୍ଲାଜମା ଦାନ କରିବାକୁ କଟକ ଅଭିମୁଖେ ଯାତ୍ରା କରିଛନ୍ତି ।

ପ୍ଲାଜମା ଦାନ କରିବାକୁ କଟକ ଯାତ୍ରା କରିଥିବା ୫ଜଣ କୋଭିଡ଼ ଯୋଦ୍ଧା ହେଲେ ରୂପ୍ସା ଅଞ୍ଚଳର ଗୌତମ ବେହେରା, ହେମନ୍ତ କୁମାର ସେନାପତି ଓ ବାଲେଶ୍ୱର ସହରର ପ୍ରଶାନ୍ତ କୁମାର ପଣ୍ଡା ଓ ସନତ କୁମାର ସ । ଏହି ଯୁବକମାନଙ୍କ ସହିତ ସରକାରଙ୍କ ପକ୍ଷରୁ ଜିଲ୍ଲା ରକ୍ତ ଭଣ୍ଡାରର ଜଣେ କର୍ମଚାରୀ କଟକ ଯାତ୍ରା କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡ. ବସନ୍ତ କୁମାର ଉପାଧ୍ୟାୟ ମଧ୍ୟ କଟକ ଯାତ୍ରା ସମୟରେ ଉପସ୍ଥିତ ଥିଲେ । ସେମାନଙ୍କୁ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବରଦା ପ୍ରସନ୍ନ ପଟ୍ଟନାୟକ, ଶତ୍ରୁଘ୍ନ ମଲ୍ଲିକ, ଆଲୋକ କୁମାର ସାହୁ, ଅଜୟ ସାମଲ, ପ୍ରଣବ ପଣ୍ଡା, ଭୁବନାନନ୍ଦ ଦାସ, ମନୋଜ କୁମାର ରାଉତ, ଭାଗବତ ସାହୁ, ସନତ ଦାସ, ସାହିରୁଲ ହକ୍, ସୁଜିତ ପଣ୍ଡା, ସଂଜୀବ ଦାସ, ମନୋଜ କୁମାର ଆଚାର୍ଯ୍ୟ, ବ୍ରଜ କିଶୋର ପ୍ରଧାନ, ଭବାନୀ ପଣ୍ଡା, ଶୁଭମସାଇ ମହାପାତ୍ରଙ୍କ ସମେତ ବହୁ ଯୁବ ଓ ଛାତ୍ର ନେତା ଉପସ୍ଥିତ ଥିଲେ

Leave A Reply