Odisha news

ଖୋର୍ଦ୍ଧାରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ

0

ଖୋର୍ଦ୍ଧା,୩୧ା୮: ଖୋର୍ଦ୍ଧା ପୋରପରିଷଦ ପକ୍ଷରୁ ନିରାଡ଼ମ୍ବର ଭାବରେ ରାଜ୍ୟ ସରକାରଙ୍କର କୋଭିଡ଼-୧୯ ନିୟମକୁ ଅନୁପାଳନ କରି ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପୋରପରିଷଦର କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଆନୁଷ୍ଠାନିକ ଭାବରେ ପତାକା ଉତୋଳନ କରିଥିଲେ ।

ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଯୋଗ ଦେଇଥିବାବେଳେ ପୋରପରିଷଦର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଡ଼ି. ଶତପଥୀ ସଭାପରିଚାଳନା କରିଥିଲେ ।

ଏହି ଅବସରରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଠାରେ ମାଇକ୍ରୋ କମ୍ପୋଷ୍ଟିଂ ସେଂଟର (ଏମସିସି) ଓ ମାଟେରିଆଲ ରିକଭରି ଫାସିଲିଟି ସେଂଟର (ଏମଆରଏଫ୍) କୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ ।

ତେବେ ନିକଟରେ ଅବସର ନେଇଥିବା ପୋ÷ରପରିଷଦର କର୍ମ·ରୀମାନଙ୍କୁ ମାନପତ୍ର ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ପୋ÷ରପରିଷଦର କାର୍ଯ୍ୟରତ କର୍ମ·ରୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ଅତିଥି ମାନପତ୍ର ଏବଂ ଉପଢୋ÷କନ ଦେଇ ସମ୍ମାନିତ କରିଥିଲେ । କରୋନା ମହାମାରୀର ମୁକାବିଲା କରିବା କ୍ଷେତ୍ରରେ ଖୋର୍ଦ୍ଧା ପୋରପରିଷଦର ନିର୍ବାହୀ ଅଧିକାରୀ ଉଲ୍ଲେଖନୀୟ ଭୂମିକାକୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭୁରୀୟସି ପ୍ରଶଂସା କରିଥିଲେ ।

ସେହିପରି ପୌରପରିଷଦ ପକ୍ଷରୁ ଅନଲାଇନ ହୋଲଡିଂ ଟିକସ ପୈଠର ଶୁଭାରମ୍ଭ କରାଯାଇଛି । ପୌରପ୍ରଶାସକ ତଥା ଜିଲ୍ଲାପାଳ ସନତ କୁମାର ମହାନ୍ତି ଏହାର ଶୁଭାରମ୍ଭ କରିଛନ୍ତି । ଖୋର୍ଦ୍ଧାର ୫ଜଣ ଗୃହମାଲିକ ଅନଲାଇନ ଜରିଆରେ ଟିକସ ପୈଠ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ଦିଲ୍ଲିପ କୁମାର ହୋତା, ରୁଦ୍ରନାଥ ଦତ, ବିଭୁପ୍ରସାଦ ସାହୁ ଓ ସମସ୍ତ ପୌରକର୍ମଚାରୀ ଉପସ୍ଥିତଥିଲେ ।

Leave A Reply