Odisha news

ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ, ଜଳବନ୍ଦୀରୁ ଉଦ୍ଧାର କଲେ ଆସନ୍ନ ପ୍ରସବାଙ୍କୁ

0

ଭଦ୍ରକ :ଭଦ୍ରକ ଜିଲ୍ଳା ଧାମନଗର ବ୍ଲକ ବୟାଙ୍ଗଡିହ ପଞ୍ଚାୟତ ଗୋଠିଣା ଗାଁଟି ବନ୍ୟାଦାଉରେ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଛି । ଆଉ ଏହି ଜଳବନ୍ଦୀ ହୋଇ ଜଣେ ଆସନ୍ନ ପ୍ରସବା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ତେବେ ଦେବଦୂତ ସାଜି ଉକ୍ତ ଆସନ୍ନ ପ୍ରସବାଙ୍କୁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଘଟଣାଟି ଏହିପରି, ବୈତରଣୀ ନଦୀର ବନ୍ୟାରେ ଗୋଠିଣା ଗାଁଟି ସମ୍ପୂର୍ଣ୍ଣ ବୁଡି ରହିଥିଲା । ଘରେ ପାଣି ପଶିବା କାରଣରୁ ଘରୁ କେହି ବାହାରକୁ ବାହାରି ପାରୁନଥିଲେ । ଏହି ଗାଁର ହିମାଂଶୁ ରାଉତଙ୍କ ପନିୀ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ । ଖବର ପାଇଁ ଅକାତ ପାଣିରେ ଜୀବନକୁ ବାଜି ଲଗାଇ ସେଠାରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ।

ମହିଳାଙ୍କୁ ମୋଟର ବୋଟରେ ଉଦ୍ଧାର କରି ଘରୁ ଆଣିଥିଲେ ଓ ଏକ ଆମ୍ବୁଲାନ୍ସ ଯୋଗେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦାଖଲ କରିଥିଲେ । ଅଗ୍ନିଶମ ବାହିନୀର ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି

Leave A Reply