Odisha news

ବନ୍ୟା ଦାଉରେ ଓରାଳି ଗାଁ ୧୫୦ପରିବାରଙ୍କ ସୁରକ୍ଷାକୁ ଅଣଦେଖା : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଏନ୍ଏଚ୍ଆର୍ସିଙ୍କ ସମନ୍

0

ଭଦ୍ରକ :ଭଦ୍ରକ ଜିଲ୍ଲା ଓରାଳି ଗାଁର ହଟନଗର ଠାରେ ଏକ ବନ୍ଧର ପୁର୍ନନିର୍ମାଣ କରି ପ୍ରାୟ ୧୫୦ଟି ପରିବାରଙ୍କୁ ବନ୍ୟା ଦାଉରୁ ସୁରକ୍ଷା ଦେବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ଇଂଜିନିୟର ଇନ୍‍ ଚିଫ୍‍)ଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଜାତୀୟ ମାନବାଧିକାର ଆୟୋଗ(ଏନଏଚଆରସି)ଙ୍କ ପକ୍ଷରୁ ସମନ ଜାରି ହୋଇଛି ।

ସୂଚନାଯୋଗ୍ୟ, ଓରାଳି ଗାଁ ରେବନଦୀ ଉପାତ୍ୟାକାରେ ରହୁଥିବା ୧୫୦ପରିବାର ଲୋକେ ନିୟମିତ ଭାବେ ବନ୍ୟା ଦାଉରେ ଦୁର୍ଦ୍ଦଶା ଭୋଗୁଛନ୍ତି । ଉକ୍ତ ଓରାଳି ଗାଁର ହାଟନଗର ଠାରେ ଡ୍ରେନେଜେ ବିଭାଗ ପକ୍ଷରୁ କରାଯାଇଥିବା ରେବ ନଦୀର ବନ୍ଧଟି ଭାଙ୍ଗି ଯିବା ପରେ ଏହି ସମସ୍ୟା ଉକିଟ ହେବାରେ ଲାଗିଥିଲା । ଏଥିରେ ଜଣାଣୁଣା ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଗତ ୨୦୧୬ମସିହାରେ ଜାତୀୟ ମାନବାଧିକାର ଆୟୋଗଙ୍କ ଠାରେ ଏକ ପିଟିସନ କରିଥିଲେ ।

ଏହାର କେଶ ନଂ-୪୫୧୬/୧୮/୧୮/୨୦୧୬ । ପରବତ୍ତୀୟ ସମୟରେ ସଂପୃକ୍ତ ବିଭାଗ ଏଥିପ୍ରତି କୌଣସି ତପ୍ତରତା ପ୍ରକଟ କରିନଥିଲେ । ଫଳରେ ଶ୍ରୀ ତ୍ରିପାଠୀ ପୁନର୍ବାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ୨୦୧୯ ମସିହା ଜୁନ୍‍ ପ୍ରଥମ ସପ୍ତାହରେ ମାନବାଧିକାର ଆୟୋଗଙ୍କ ସ୍ୱତନ୍ତ୍ର ଦୂତ ବିବି ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିଥିଲେ । ଡ୍ରେନେଜ ବିଭାଗ ଏହି ନଦୀବନ୍ଧ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଗୋଟିଏ ବର୍ଷ ବିତିଯାଇଥିଲେ ବି ଏହା କରିନଥିଲେ ।

ଅନ୍ୟପକ୍ଷରେ ମାନାବାଧିକାର ଆୟୋଗଙ୍କ ଠାରେ କୌଣସି ଲିଖିତ ପ୍ରତିଶ୍ରୁତି ଦେଇନଥିଲେ । ବିଭାଗର ଏତାଦୃଶ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଜାତୀୟ ମାନବାଧିକାର ଆୟୋଗ ଜଳସମ୍ପଦ ବିଭାଗର ଇଂଜିନିୟର ଇନ୍‍ ଚିଫ୍‍ଙ୍କୁ ଏହି ସମସ୍ୟାର ସମାଧାନ ନେଇ ଆସନ୍ତା ଡିସେମ୍ବର ୨୨ତାରିଖ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସମନ ଜାରି କରିଛନ୍ତି । ନଚେତ ବ୍ୟକ୍ତିଗତଭାବେ ଆୟାଗଙ୍କ ଠାରେ ହାଜର ହେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply