Odisha news

ଗ୍ୟାସ୍ ସିଲିଣ୍ଡର ସହିତ ହୋଇଗଲା ସାପର ଡେଲିଭରି ତାପରେ…..

0

ନୂଆଦିଲ୍ଲୀ : ଆପଣ ଠାରେ ଭାବି ଦେଖନ୍ତୁତ LPG ଗ୍ୟାସ ସିଲିଣ୍ଡର ହୋମ ଡେଲିଭରି ନେଉଥିବା ସମୟରେ ଯଦି ସିଲିଣ୍ଡର ସହିତ ସାପ ମଧ୍ୟ ଦିଆଯିବ ତା କେମିତି ଲାଗିବ ,ତାହା ପୁଣି ଏକ ଜୀବନ୍ତ ସାପ l ଆମେ ଏହିପରି କହିବାର ଅର୍ଥ ହେଲା ହରିୟାଣାର ଫତେହାବାଦରେ ଏହି ପରି ଏକ ଘଟଣା ଘଟିଛି l ଫତେହାବାଦର ପ୍ରଭାକର କଲୋନୀରେ ଜଣେ ବ୍ୟକ୍ତିଙ୍କ ଘରେ LPG ସିଲିଣ୍ଡର ଡେଲିଭରି ଦିଆ ଗଲା l ଘର ଲୋକ ସେହି ସମୟରେ ଖୁବ ଡରିଗଲେ ଯେତେବେଳେ ସେମାନେ ଦେଖିଲେ ସିଲିଣ୍ଡର ତଳ ପାର୍ଶ୍ୱରେ ଗୋଟିଏ ସାପ ରହିଛି l

ଯେତେବେଳେ ସିଲିଣ୍ଡରଟିକୁ ତେଢା କରି ଦେଖିଲେ ତା ଫେନ୍ଦରେ ଗୋଟିଏ ସାପ ପଶି ରହିଛି l ଏହା ଦେଖି ଘରଲୋକ ଚିତ୍କାର ଛାଡି ସିଲିଣ୍ଡର ଠାରୁ ଦୁରେଇ ଗଲେ l କିଛି ସମୟ ପରେ ବନ୍ୟଜୀବ ସଂରକ୍ଷଣକୁ ସୂଚନା ଦିଆଗଲା ,ତାପରେ ସେମାନେ ସେଠାରେ ପହଞ୍ଚି ସାବଧାନତାର ସହିତ ସିଲିଣ୍ଡରରୁ ସାପଟିକୁ ବାହାର କରିନେଇ ଜଙ୍ଗଲରେ ଛାଡି ଦେଲେ l ବର୍ଷା ଋତୁରେ ସାଧାରଣତଃ ଏହି ପରି ଘଟଣା ଘଟିଥାଏ କେତେବେଳେ ମୋଟର ସାଇକେଲ ଚକା କିମ୍ବା କାର ଚକାରେ ମଧ୍ୟ ସାପ ଦେଖିବାକୁ ମିଳିଥାଏ l ତେଣୁ ସିଲିଣ୍ଡର ଡେଲିଭରି ନେବା ସମୟରେ ତାକୁ ଠିକରେ ଯାଞ୍ଚ କରି ରଖିବା ଆବଶ୍ୟକ l

Leave A Reply