Odisha news

ସୂବର୍ଣ୍ଣରେଖା ବନ୍ୟା : ବାଲିଆପାଳ ବ୍ଲକର ୧୨ଟି ପଂଚାୟତର ୫୦ରୁ ଉଦ୍ଧ୍ୱର୍ ଗ୍ରାମ ପ୍ରଭାବିତ , ୧୪୮୯ ହେକ୍ଟର ଜମିର ଧାନ ଓ ପରିବା ଚାଷ ନଷ୍ଟ , ପାଣିରେ ଭାସିଯାଇ ଜଣେ ମୃତ

0

ବାଲିଆପାଳ : ଚଳିତ ବର୍ଷ ସୂବର୍ଣ୍ଣରେଖା ନଦୀରେ ପ୍ରଥମ ବଡ ବନ୍ୟା ଆସି ବାଲିଆପାଳ ବ୍ଲକରେ ପ୍ରଭୂତ କ୍ଷତି ପହଁଚାଇଛି । ଏହି ନଦୀର ବିପଦ ସଙ୍କେତ ରାଜଘାଟ ଠାରେ ୧୦.୩୬ ମିଟର ରହିଥିବା ବେଳେ ଆଜି ସକାଳେ ତାହା ୧୦.୯୬ ମିଟର ଛୁଇଁଥିଲା । ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଜଳସ୍ତର ସ୍ଥିର ରହିବା ପରେ ୨ଟା ପାଖରୁ ଏହା କମି ସଂନ୍ଧ୍ୟା ସୁଦ୍ଧା ୧୦.୭୫ ମିଟରରେ ପହଁଚିଛି । ଉପର ମୁଣ୍ଡରେ ଜଳସ୍ତର କମୁଥିଲେ ମଧ୍ୟ ତଳ ମୁଣ୍ଡରେ ଥିବା ବାଲିଆପାଳ ବ୍ଲକରେ ଜଳସ୍ତର ବୃଦ୍ଧି ପାଉଛି । ସରକାରୀ ରିପୋର୍ଟ ଅନୁସାରେ ୧୨ଟି ପଂଚାୟତର ୫୦ଟି ଗ୍ରାମ ପ୍ରଭାବିତ ହୋଇଛି । ସେହି ପଂଚାୟତ ଗୁଡିକ ହେଲା କୁମ୍ଭାରୀ, ନିଖିରା, ଶ୍ରୀରାମପୁର, ଦେଭୋଗ, ଘଂଟୁଆ, ଅସ୍ତି, ବାଲିଆପାଳ, ବିଷ୍ନୁପୁର, ମଧୁପୁରା, କୁଣ୍ଡୁଳି ଓ ସାଉଡି ।

କୁମ୍ଭାରୀ ପଂଚାୟତର ନୂଆସାହି, କୁମ୍ଭାରୀ, ନିଖିରା ପଂଚାୟତର ଝଲଝଲିଆ, ପାଳବେଗୁନିଆ, ଚଡପାଳପଡା, ଶ୍ରୀରାମପୁର ପଂଚାୟତର ତଳଧାନଦା, ରେମୁ, ଘଂଟୁଆ ପଂଚାୟତର ତଳ ଘଂଟୁଆ, ମାଳିକୁଦ, ଦେଭୋଗ ପଂଚାୟତର ନୂଆଗାଁ, ବିଷ୍ନୁପୁର, ଡୁମିଚକ, ଅସ୍ତି ପଂଚାୟତର କାଳ ଚମ୍ପେଇ, ଛୋଟକାନପୁର, ସରଦାର ସାହି, ସୂର୍ଯ୍ୟାପୁର, ବାଲିଆପାଳ ପଂଚାୟତର ଆଠବାଟିଆ, ତଳ ବାଲିଆପାଳ, ସୁଙ୍ଗମୁହଁ, କୁଦମାନସିଂ ଚଡ, ମନୁନଗର, ବିହ୍ନୁପୁର ପଂଚାୟତର ରସଲପୁର, ନୟାବାଲି,ଇକଡପାଳ, ଜାମକୁଣ୍ଡା ପଂଚାୟତର କୁହ୍ଲାଚଡ, ତାଳପଦା, ନଖପା. ଜୁଣପାହି, ମଦୁପୁରା ପଂଚାୟତର ଚଡବସ୍ତ କାଳରୁଇ, ଚୈାଧୁରିକୁଦ ପ୍ରଭୃତି ଗ୍ରାମ ସମ୍ପର୍ଣ୍ଣ ପାଣି ଘେରରେ ରହିଛି । ଏହି ସବୁ ଗ୍ରାମରେ ଥିବା ଗ୍ରାମ୍ୟ ରାସ୍ତା ଗୁଡିକ, ପାଣିରେ ବୁଡି ରହିଥିବାରୁ ଲୋକଙ୍କ ଯାତାୟାତରେ ଗୁରୁତର ବାଧା ସୃଷ୍ଟି ହୋଇଛି । ଅଧିକାଂଶ ଲୋକଙ୍କ ଘରେ ଗତ କାଲି ରାତିରୁ ଚୁଲି ଜଳିନି । ନଳକୂପ ଗୁଡିକ ପାଣିରେ ବୁଡି ରହିଥିବାରୁ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ।

ଡଙ୍ଗାରେ ଯାଇ ୨-୩କି.ମି. ଦୂରରୁ ପାଣି ଆଣୁଛନ୍ତି । ଗା୍ରମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଣି ପାଉଚ ଗଚ୍ଛିତ ଥିବା କୁହାଯାଉଥିଲେ ମଧ୍ୟ କୈାନସି ଠାରେ ଏହା ଲୋକଙ୍କୁ ଦିଆ ଯାଇନାହିଁ । ବ୍ଲକ ପ୍ରଶାସନ ପକ୍ଷରୁ ଗତ କାଲି ରାତିରେ ଅସ୍ତି ବାଲିଆପାଳ, ବିଷ୍ନୁପୁର, କାମକୁଣ୍ଡା ପ୍ରଭୃତି ପଂଚାୟତର ୪୫୦ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତ କାଲି ରାତିରେ ଏବଂ ଆଜି ସକାଳେ ସେମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଛି । ବିଷ୍ନୁପୁର ପଂଚାୟତର ନୟାବାଲି ଗ୍ରାମର ଚାରୁଚନ୍ଦ୍ର ଦଳାଇ, ମଙ୍ଗୁଳି ଦଳାଇ, ପଂଚାନନ ଦଳାଇ, ପୂର୍ଣ୍ଣଚନ୍ଦ୍ର ଦଳାଇ, ଦଃଖିରାମ ଦଳାଇ, ଦୟାନିଧି ଦଳାଇ, ମାର୍କଣ୍ଡ ମଙ୍ଗରାଜ, କରୁଣାକର ମଣ୍ଡଳ, ଗଙ୍ଗାଧର ମଙ୍ଗରାଜ, ଗୈାରାଙ୍ଗ ଦଣ୍ଡପାଟ, ସୁଶାନ୍ତ ଦଣ୍ଡପାଟ, ଜୟନ୍ତ ଦଳାଇ, ଅର୍ଜୁନ ମଙ୍ଗରାଜ, କାର୍ତ୍ତୀକ ମ୮୍ଗରାଜ, ଗୋପାଳ ମଙ୍ଗରାଜ, ଭଗବାନ ଗଙ୍ଗେଇ, କରୁଣାକର ଗଙ୍ଗେଇ ପ୍ରଭୃତଙ୍କର ଘରେ ବନ୍ୟା ପାଣି ପସି କ୍ଷତି ପହଁଚାଇଛି । ଘର ଗୁଡିକ ଓଦା ଓ ସନ୍ତସନ୍ତିଆ ଥିବାରୁଏହି ଲୋକମାନେ ରନ୍ଧାବଢା କରି ପାରୁନାହାନ୍ତି । ଘରେ ଯାହା ଶୁଖିଲା ଖାଦ୍ୟ ଥିଲା ତାହା ଖାଇ ରହିଛନ୍ତି । ସେଗୁଡିକ ମଧ୍ୟ ସରିବାକୁ ବସିଲାଣି । ବିଷ୍ନୁପୁର ପଂଚାୟତର ରସଲପୁର ନିକଟରେ ନଦୀରୁ ଅତଡା ଖସି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।

ଜଳସେଚନ ବିଭାଗ ପକ୍ଷରୁ ସେଠାରେ ଆଜି ଦିନସାରା ବାଲି ବସ୍ତା ପକାଯାଇ ନଦୀ ବନ୍ଧକୁ ସୁରକ୍ଷିତ ରଖିବାକୁ ଚେଷ୍ଟା ଚାଲିଛି । ଚଳିତ ବର୍ଷ ବିଳମ୍ବିତ ମୈାସୁମି ଯୋଗୁୁଁ ଲୋକେ ଡେରିରେ ରୁଆ କାର୍ଯ୍ୟ ଶେଷ କରିଥିଲେ । ଏହି ବନ୍ୟାରେ ତାହା ସମ୍ପୁର୍ଣ୍ଣ ଧୋଇଯାଇଛି । ବ୍ଲକର ୧୨ଟି ପଂଚାୟତର ୧୪୮୯ ହେକ୍ଟର ଜମିର ଧାନ ଓ ପରିବା ଚାଷ ନଷ୍ଟ ହୋଇଥିବା ସରକାରଙ୍କୁ ରିପୋର୍ଟ ଦିଆ ଯାଇଥିôବା ବ୍ଲକ କୃଷି ଅଧିକାରୀ ଉତ୍ତମ କୁମାର ସ କହିଛନ୍ତି । ବିଡିଓ ଛବିରାଣୀ ସାହୁ ଦୀପକ କୁମାର ଦାସ ପାଓଓର ବୋଟରେ ବିଭିନ୍ନ ବନ୍ୟା ଅଂଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟା କମିବା ପରେ କ୍ଷୟକ୍ଷତିର ଆକଳନ କରାଯାଇ ଲୋକଙ୍କୁ ରିଲିଫ ଓ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ଦାସ କହିଛନ୍ତି । ରାଜଘାଟ ଠାରେ ଜଳସ୍ତର ଧିରେ ଧିରେ ହ୍ରାସ ପାଉଥିଲେ ମଧ୍ୟ, ବାଲିଆପାଳ ବ୍ଲକରେ ପାଣି କମିବାକୁ ଆହୁରି ୨ ରୁ ୩ ଦିନ ଲାଗିବ । ତେଣୁ ଲୋକେ ଏହି ସମୟରେ ଅଧିକ ଅସୁବିଧାରେ ରହିବେ ।

Leave A Reply