Odisha news

ଖରିନାସୀ ୬ ନଂ ୱାର୍ଡ଼ରେ ଜଳ ଦହଗଞ୍ଜ

0

ମହାକାଳପଡ଼ା : ମହାକାଳପଡ଼ା ବ୍ଳକ ଖରିନାସୀ ପଂଚାୟତ ୬ ନଂ ୱାର୍ଡ଼ରେ ଜଳ ଦହଗଞ୍ଜ ଦେଇଛି । ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଘର ପାଣି ନିଷ୍କାସନ ଅଭାବରୁ ପ୍ରଭାବିତ ହୋଇଛନ୍ତି । ଗ୍ରାମର ୬ ନଂ ୱାର୍ଡ଼ର ରବିନ ମଜୁମଦାର, କବୀର ମଜୁମଦାର, କପିଲ ମଜୁମଦାର, ଗୋପାଳ ମଣ୍ଡଳ, ସମ୍ପଦ ମଣ୍ଡଳ, କାହ୍ନେଇ ମଣ୍ଡଳ ପ୍ରଭୃତିଙ୍କ ଘରେ ପାଣି ପସିଯାଇଛି ।

ପ୍ରାୟ ୪ଫୁଟ ଉଚ୍ଚର ପାଣି ଏହି ୬ ନଂ ୱାର୍ଡ଼ରେ ଜମି ରହିଛି । ପାଣି ନିଷ୍କାସନ ପାଇଁ ବାଟ ନାହିଁ । ସେଥିପାଇଁ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲୋକଙ୍କ ଘରେ ପାଣି ପସିଯାଇଛି ପାଣି ନିଷ୍କାସନର ବାଟ ନାହିଁ । ରେଷେଇବାସ ବନ୍ଦ । ଅନେକ ହୀନସ୍ତା ସେମାନେ ଭୋଗୁଛନ୍ତି । ତୁରନ୍ତ ଜଳ ନିଷ୍କାସନ କରିବାକୁ ୱାର୍ଡ଼ର ଲୋକମାନେ ଦାବି କରୁଛନ୍ତି

Leave A Reply