ଡେରାବିଶ : ଡେରାବିଶ ବ୍ଳକ ରତାଦିଆ ଖଣ୍ଡସାହି ପଂଚାୟତ ଅନ୍ତର୍ଗତ ଇଷାଣଦିଆ ଗ୍ରାମର ଜଣେ ବୃଦ୍ଧଙ୍କ ଉପରେ କାନ୍ଥ ଭୂଷୁଡ଼ି ପଡ଼ିବା ଫଳରେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ହସପିଟାଲ୍ରେ ଭତର୍୍ି କରାଯାଇଛି । ଘଟଣାରୁ ପ୍ରକାଶ ଗତକାଲି ରାତିରେ ଇଷାଣଦିଆ ଗ୍ରାମର ୬୫ ବର୍ଷିୟ ବୃଦ୍ଧ ନିତ୍ୟାନନ୍ଦ ବାରିକ ଶୋଇଥିବା ଅବସ୍ଥାରେ ଘରର କାନ୍ଥ ଭୁଷୁଡ଼ି ପଡ଼ି ତାଙ୍କ ଉପରେ ପଡ଼ିଥିଲା ।
ଫଳରେ ବୃଦ୍ଧ ନିତ୍ୟାନନ୍ଦଙ୍କ ମୁହଁ ଓ ମୁଣ୍ଡରେ ଗଭୀର କ୍ଷତ ହେବା ସହ ମେରୁଦଣ୍ଡରେ ଆଘାତ ଲାଗିଥିଲା । ଆଜି ସକାଳେ ତାଙ୍କରଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ନିତ୍ୟାନନ୍ଦ ଜଣେ ଶ୍ରମିକ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଛି । ତାଙ୍କ ଚିକିତ୍ସା ପାଇଁ ସରକାରୀ ସ୍ତରରେ ସହାଯ୍ୟ ଯୋଗାଇଦେବାକୁ ପୂର୍ବତନ ସରପଂଚ ଶିଶିର କୁମାର ସାମଲ ଅନୁରୋଧ କରିଛନ୍ତି