Odisha news

ଗାଁରେ ପଶିଲା ପାଣି, ଆଶ୍ରୟ ସ୍ଥଳରେ ଗ୍ରାମବାସୀ

0

ଡେରାବିଶ : ଡେରାବିଶ ବ୍ଳକ ଚାଟରାଚକଡ଼ା ପଂଚାୟତ ଫକିରାବାଦ ଗ୍ରାମର ଯେନା ସାହିରେ ଲଗାତାର ଦୁଇଦିନର ଲଘୁଚାପ ବର୍ଷା ପାଣି ଫଳରେ ଉଦ୍ବୃତ ଜଳ ଗ୍ରମରେ ପଶିଛି । ଫଳରେ ଗ୍ରାମର ୩୦ଟି ପରିବାର ରାମଚନ୍ଦ୍ର ନୋଡାଲ ହାଇସ୍କୁଲରେ ଆଶ୍ରୟ ନେଇଛନ୍ତି । ପଂଚାୟତ ପକ୍ଷରୁ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗଇ ଦିଆଯାଇଛି ।

ଏହା ପୂର୍ବରୁ ଲଗାତାର ହୋଇଥିବା ଦୁଇଦିନିଆ ଲଘୁଚାପ ଜନିତ ବର୍ଷାରେ ଗାଁ ଭିତରକୁ ବର୍ଷା ପାଣି ପସିଆସିଥିଲା । ସରପଂଚ ପୂର୍ଣ୍ଣାନନ୍ଦ ବେହେରା, ବିଡ଼ିଓ ଓ ତହସିଲଦାରଙ୍କୁ ଜଣାଇବା ପରେ ସେମାନେ ତୁରନ୍ତ ପଦକ୍ଷେପ ନେଇଥିଲେ । ଗ୍ରାମବାସୀ ଗାଁ ଛାଡ଼ି ତୁରନ୍ତ ନିକଟରେ ଥିବା ଆଶ୍ରୟ ସ୍ଥଳକୁ ପଳାଇଯିବା ପାଇଁ ନିବେଦନ କରିଥିଲେ । ମାତ୍ର ଜଣକୁ ଛାଡ଼ିଦେଲେ କେହି ଏଥିପ୍ରତି ଧ୍ୟାନ ଦେଇନଥିଲେ ।

ଠିକ୍ ତାର କିଛିଦିନ ବ୍ୟବଧାନ ପରେ ଲଗାତାର ବର୍ଷା ହେବାରୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଗାଁ ଭିତରେ ଦୁଇରୁ ତିନିଫୁଟ ପାଣି । ଘର ଭିତରକୁ ମଧ୍ୟ ପାଣି ପସିଯାଇଛି । ଏଣୁ ଗ୍ରାମବାସୀଙ୍କର ରହିବା ଓ ଖାଇବା ପାଇଁ ବାଧା ସୃଷ୍ଟି ହୋଇଛି । ଆଜି ପୁନର୍ବାର ସ୍ଥାନୀୟ ସରପଂଚ ପୂର୍ଣ୍ଣାନନ୍ଦ ଗାଁ ମୁରବିଙ୍କୁ ନେଇ ବୁଝାଶୁଝା କରିବା ପରେ ଗ୍ରାମବାସୀମାନେ ଆଶ୍ରୟସ୍ଥଳ ଆସିବା ପାଇଁ ରାଜି ହୋଇଥିଲେ । ମଧ୍ୟାହ୍ନ ସୁଦ୍ଧା ମାତ୍ର ୮ଟି ପରିବାରକୁ ଛାଡ଼ି ସମସ୍ତେ ଆସି ପଂଚାୟତ ଦ୍ୱାରା ବଂଟନ କରାଯାଉଥିବା ରନ୍ଧାଖାଦ୍ୟ ଖାଇଥିଲେ । ରାତିସୁଦ୍ଧା ଗ୍ରାମର ସମସ୍ତ ବିପନ୍ନ ପରିବାର ଆଶ୍ରୟସ୍ଥଳକୁ ଆସିବେ ବୋଲି ସରପଂଚ ସୂଚନା ଦେଇଛନ୍ତି

Leave A Reply