ବୋରିଗୁମ୍ମା (କେ.ସାକିଲି ଦୋରା) : ସାରା ରାଜ୍ୟରେ ଚାଷୀ ଙ୍କ ଉପରେ ଚଡକ ପଡିଛି। ବର୍ତ୍ତମାନ ଜମିରେ ୟୁରିୟା ଓ ପଟାସ ସାର ର ଆବଶ୍ୟକ ହେଉଥିବା ବେଳେ ଚାଷୀଙ୍କୁ ସାର ମିଳୁ ନାହିଁ। ଯାହାଫଳରେ ଚାଷୀ ବିଭିନ୍ନ ସରକାରୀ ସାର ଖୁଚୁରା ଦୋକାନ, ସମବାୟ ସମିତି ରେ ସାର ପାଇଁ ଲମ୍ବା ଲାଇନ ଲଗାଇଛନ୍ତି। ଅନ୍ୟପଟେ ସାର ଦୋକାନି ଗୁଡିକ ୟୁରିୟା ସାର ର ଅଭାବୀ ବିକ୍ରୀ ନେଇ ଚାଷୀ ମାନଙ୍କୁ ଛଡା ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହେଉଛି।
ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକରେ। ଶହ ଶହ ଚାଷୀ ଆଜି ଲ୍ୟାମ୍ପ ରେ ୟୁରିୟା ଓ ପଟାସ ସାର ପାଇଁ ସକାଳୁ ଲମ୍ବା ଲାଇନ ଲାଗିଥିଲେ।ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମାତ୍ର ଦୁଇ ବସ୍ତା ୟୁରିୟା ଓ ଗୋଟିଏ ବସ୍ତା ପଟାସ ସାର ମିଳିଥିବା ଚାଷୀ ମାନେ କହିଛନ୍ତି। ଜମିର ପଟ୍ଟା ଓ ଆଧାର କାର୍ଡ ଦେଖାଇଲେ ସେହି ୟୁରିୟା ଓ ପଟାସ ସାର ମିଳୁଛି ବୋଲି ଧଉଡାପାଲା ର ଚାଷୀ ଅନନ୍ତ ଅମାନତ୍ୟ କହିଛନ୍ତି।ଆଜି ସକାଳ ଲ୍ୟାମ୍ପ ସାମନାରେ ଚାଷୀ ଙ୍କ ଲମ୍ବା ଲାଇନ ଲାଗିଥିଲା।
ଅପରାହ୍ନ ପର୍ଯ୍ୟନ୍ତ ଚାଷୀ ଙ୍କ ଗହଳି ଶେଷ ହୋଇ ନ ଥିବା ଦେଖାଦେଇଛି। ତେବେ ଲ୍ୟାମ୍ପ ରେ ଚାଷୀ ସରକାରୀ ଦରରେ ୟୁରିୟା ବସ୍ତା ପିଛା ୨୬୬.୫୦ ଓ ପଟାସ ୮୭୫ ଟଙ୍କା ଦେଇ କିଣି ନେଉଥିବା ବେଳେ ଖୋଲା ବଜାର ରେ ସାର ର କଳାବଜାରୀ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ୟୁରିୟା ବସ୍ତା ପିଛା ୩୫୦ ଟଙ୍କା ରୁ ୪୦୦ ଟଙ୍କା ନେଉଥିବା ଅଭିଯୋଗ ହେଉଛି। କୃଷି ବିଭାଗ ର ଅଧିକାରୀ ମାନେ ସାର ଦୋକାନୀ ଉପରେ ଛଡାଉ କରୁ ନ ଥିବା ଅଭିଯୋଗ ହେଉଛି। ତେଣୁ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀ ମହଲରେ ଦାବୀ ହେଉଛି।