ନୀଳଗିରି : ବାଲେଶ୍ୱର ରୋଟାରୀ କ୍ଲବ ଅବଦାନରେ ଅମି୍ରତ ଧାରା ଯୋଜନାରେ ନୀଳଗିରି ମେଡିକାଲ ପରିସରରେ ନିର୍ମିତ ଥଣ୍ଡା ଓ ଗରମ ପାଣିର ବ୍ୟବସ୍ଥାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରି ଲୋକର୍ପଣ କରିଛନ୍ତି । ମେଡିକାଲରେ ରହୁଥିବା ରୋଗୀମାନଙ୍କ ପାଇଁ ଆବଶ୍ୟକହେଉଥିବା ଗରମ ପାଣିର ଆବଶ୍ୟକତା ଦୂର ହେବା ସହ ଖରାଦିନେ ଥଣ୍ଡାପାଣିର ଆବଶ୍ୟକତାକୁ ଦୂରୀଭୂତ ହୋଇପାରିଛି ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିବା ସହ ରୋଟାରୀ କ୍ଲବର ସମସ୍ତସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଶୁଭ ଉଦ୍ଘାଟନୀ ଅବସରରେ ନୀଳଗିରି ମେଡିକାଲର ଏସ.ଡି.ଏମ.ଓ. ଡାଃ. ଅଜୟ କୃଷ୍ଣ ସାମଲ, ରୋଟାରୀ କ୍ଲବର ସଭାପତି ଆଶିଷ ଭଟ୍ଟରଜୀ, ସଂପାଦକ ଆଶିଷ ଅଗ୍ରୱାଲ, ହରିଶ ଗୁପ୍ତା, ସଂଜୀବ ଡେଡୱାନୀୟା, ମେହୁଲ ର୍ବମା, ହରିଶ ପଟେଲ, ଅମିତ ଅଗ୍ରୱାଲ, ସନ୍ଦୀପ ଖଣ୍ଡେଲୱାଲ, ସଂଗୀତା ମହାନ୍ତି, ସୁରେଶ ଚଡାକ୍, ମୋହିତ ପୋଦାର, ନବୀନ ଚଣ୍ଡକ୍, ତପନ କୁମାର ବେହେରାଙ୍କ ସମେତ ବିଜେପିର ଚନ୍ଦ୍ରଶେଖର ନନ୍ଦ, ପ୍ରଫୁଲ୍ଲ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ