Odisha news

ରାମରାଜ୍ୟ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ନୀଳଗିରି : ମିତ୍ରପୁର କଲ୍ୟାଣୀ ଗାଁ ରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରାମରାଜ୍ୟ ଫାଉଣ୍ଡେସନ ପକ୍ଷରୁ ଆଜି ଏକ ବିରାଟ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ମୁଖ୍ୟ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଉଭୟ କାର୍ଯ୍ୟକ୍ରମକୁ ଶୁଭଉଦ୍ଘାଟନ କରିଥିଲେ । ଏହି ଅବସରରେ  କେନ୍ଦ୍ରମନ୍ତ୍ରୀ ରାମରାଜ୍ୟ ଫାଉଣ୍ଡେସନ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ମଧ୍ୟ ଶୁଭଉଦ୍ଘାଟନ କରିଥିଲେ ।

ଅଖଣ୍ଡ ଭାରତ ଉପରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ବକ୍ତବ୍ୟ ରଖିଥିଲେ  । ଫାଉଣ୍ଡେସନର ସଦସ୍ୟ ରଶ୍ମିରଂଜନ ଦାସ, ପ୍ରକାଶ କୁଅଁର, ଦେବାଶିଷ ଦାସ, ରଂଜୀବ ଧିନ୍ଦା, ସତ୍ୟଜିତ୍ , ସୁଶାନ୍ତ, ସିପୁନ, ତଥାସ୍ତୁ ସମେତ ଅନ୍ୟମାନଙ୍କ ମଧ୍ୟରେ କରୁଣାକର ପଣ୍ଡା, ଚନ୍ଦ୍ରଶେଖର ନନ୍ଦ, ଲିଟୁ ଆ·ର୍ଯ୍ୟ, ସାରଦା କର, ଗୋପାଳ ମହାପାତ୍ର, ପ୍ରକାଶ ମହାପାତ୍ର, ସ୍ୱିଟି ବାରିକ, ଭାସ୍କର ଜେନା, ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା

Leave A Reply