Odisha news

ସରକାରୀ ମେଡିକାଲ କଲେଜ କି୍ରୟାନୁଷ୍ଠାନ କମିଟି ବୈଠକ : ବାଲେଶ୍ୱରରେ ରକ୍ତ ପୃଥକୀକରଣ କେନ୍ଦ୍ର କାର୍ଯ୍ୟକ୍ଷମ ପାଇଁ ଦାବି

0

ବାଲେଶ୍ୱର : ବାଲେଶ୍ୱରରେ ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛି । ଗତ ଶୁକ୍ରବାର ଦିନ କି୍ରୟାନୁଷ୍ଠାନ କମିଟିର ଏକ ସ୍ୱତନ୍ତ୍ର ବୈଠକ ପ୍ରଫେସର ଅନନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷକ୍ଷତାରେ ଅନୁଷ୍ଠିତ ହୋଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । କିନ୍ତୁ ପ୍ଲାଜ୍ମା ସଂଗ୍ରହ ପାଇଁ ବାଲେଶ୍ୱରରେ ରକ୍ତ ପୃଥକୀକରଣ କେନ୍ଦ୍ର ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନାହିଁ ।

ଏଥିପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଆସିଯାଇଥିବାବେଳେ ରକ୍ତ ପୃଥକୀକରଣପାଇଁ ବିଶେଷଜ୍ଞ ଡାକ୍ତର ଓ ଟେକ୍ନିସିଆନ୍ଙ୍କ ଅଭାବରୁ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିନାହିଁ । ପ୍ଲାଜ୍ମାଦାନ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ କଟକ କିମ୍ବା ଭୁବନେଶ୍ୱର ଯାଇ ରକ୍ତଦାନ କରିବା ପରେ ସେଠାରୁ ପୃଥକୀକରଣ ହୋଇ ପ୍ଲାଜ୍ମା ବାଲେଶ୍ୱରକୁ ସଂରକ୍ଷଣ ପାଇଁ ଅଣାଯିବ । କି୍ରୟାନୁଷ୍ଠାନ କମିଟି ସମେତ ଜିଲ୍ଲା ରକ୍ତଦାତା ସଂଘ ଓ ବହୁ ସାମାଜିକ ସଂଗଠନ ଏହି ରକ୍ତ ପୃଥକୀକରଣ କେନ୍ଦ୍ର କାର୍ଯ୍ୟକ୍ଷମ ପାଇଁ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି ।

ତେଣୁ ବାଲେଶ୍ୱରରେ ତୁରନ୍ତ ରକ୍ତ ପୃଥକୀକରଣ କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ବୈଠକରେ ଦାବି କରାଯାଇଛି । କି୍ରୟାନୁଷ୍ଠାନ କମିଟିର ପୃଷ୍ଠପୋଷକ ସଦସ୍ୟ ତଥା ବହୁ ସାମାଜିକ ସଂଗଠନ ସହ ଜଡ଼ିତ ଥିବା ପଦ୍ମଲୋଚନ ଦେ ଙ୍କ ଦେହାନ୍ତରେ ବୈଠକରେ ଗଭୀର ଶୋକ ପ୍ରକାଶ କରାଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । କି୍ରୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କଠାରୁ ସଂଗୃହୀତ ଅର୍ଥ  ସ୍ୱର୍ଗତଃ ଦେ ଙ୍କ ଦିବ୍ୟାଙ୍ଗ ପୁତ୍ର ଓ କନ୍ୟାଙ୍କୁ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ାଙ୍କ ସମେତ ନିରଞ୍ଜନ ରାଉତ, ପ୍ରଫୁଲ୍ଲ କୁମାର ଦାସ, ଡା. ତାରାକାନ୍ତ ନନ୍ଦ, ସରସ୍ୱତୀ ପଣ୍ଡା, ପ୍ରଭାକର ସାହୁ, ଇଂ. ବନମାଳୀ ନାୟକ, ପ୍ରସନ୍ନ ପାଢ଼ି, ନବକୃଷ୍ଣ ପୋଥାଳ ଓ ୰ ଦେ’ଙ୍କ ଭାଇ ସୁରେଶ ଦେ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

Leave A Reply