Odisha news

କେରଳରୁ ଆସିଛି ବସ୍ , ଜୀବିକା ପାଇଁ ପୁଣି ପ୍ରବାସୀ ବାହୁଡିବା ଆରମ୍ଭ କଲେଣି

0

କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ) : ମହାମାରୀ କରୋନା  ପାଇଁ ମାତ୍ର ୩ /୪ ମାସ ତଳେ ଗାଁ କୁ ଫେରିଥିବା ପ୍ରବାସୀମାନେ ଏବେ ପୁଣି ରୋଜଗାର ପାଇଁ ବାହୁଡିବାକୁ ଆରମ୍ଭ କରିଲେଣି । ଏହି ପ୍ରବାସୀମାନଙ୍କୁ ନେବା ପାଇଁ ମଧ୍ୟ ବାହାର ରାଜ୍ୟ ତଥା କେରଳରୁ ଦୁଇଟି ବସ୍ କେନ୍ଦ୍୍ରାପଡାରେ ଆସି ପହଂଚିବା ପରେ ଦଲାଲ  , ଠିକାଦାର ମାନେ ସକ୍ରୀୟ ହୋଇ ଉଠିଛନ୍ତି । ସେମାନେ ପୁରୂଣା ପ୍ରବାସୀ ନେବା ସହିତ କିଛି ନୂଆ ଯୁବ ଶ୍ରମିକଙ୍କୁ ନେବା ପାଇଁ ଅଂଟା ଭିଡିଛନ୍ତି ।

କିଛି ମାସ ତଳେ ବାହାର ରାଜ୍ୟର ବସ୍ ରେ ଏହି ପ୍ରବାସୀମାନେ  ଗାଁକୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ ସେହି ବସ୍ ରେ ବାହାର ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି । କରୋନା ପ୍ରକୋପର କଟାକଣାରେ ଜୀବନ ବଂଚିବା ସହିତ ଜୀବିକା ବଂଚେଇବାର ଆବଶ୍ୟକତା ରହିଛି । ଦେଶର ବିଭିନ୍ନ ରାଜ୍ୟର  ଶିଳ୍ପ ସଂସ୍ଥା ଗୁଡିକର ମାଲିକ ମାନେ ଏବେ କଳକାରଖାନା ଚଳାଇ ଉତ୍ପାଦନ ଆରମ୍ଭ କରିବା ପାଇଁ ଚାହୁଁ ଥିବା ବେଳେ ସେମାନଙ୍କ ନିକଟରେ ଆବଶ୍ୟକ ମୁତାବକ ଶ୍ରମିକ ନାହାଁନ୍ତି ।

ତେଣୁ କଳ କାରଖାନା ଗୁଡିକ ଚାଲୁ କରିବା ପାଇଁ ଶ୍ରମିକ ଯୋଗାଡରେ ଲିଗି ପଡିଛନ୍ତି  । କରୋନା କୁ ଭୟ କରି ୩ /୪ ମାସ ହେବ ଗାଁ କୁଫେରିଥିବା ପ୍ରବାସୀ ମାନେ ଜୀବିକା ପାଇଁ ଜିଲ୍ଲାରେ କୈାଣସି କାମ  ପାଉ ନାହଁନ୍ତି । ଏହା ଭିତରେ ସେମାନେ ପରିବାର ଚଳାଇ ପାଇଁ ଆଥିିକ ସମସ୍ୟାରେ ଅସ୍ତ ବ୍ୟସ୍ତ ହୋଇ ପଡଲେଣି । ଏପରିକି ସେମାନେ ବାହାର ରାଜ୍ୟକୁ ଯାଇ ପୂର୍ବଠାରୁ କମ୍ ରେମାରେ ନିୟୋଜିତ ହେବା କୁ ଚାହିଁଲେଣି ।  ସେପଟେ ଶିଳ୍ପ ସଂସ୍ଥାର ମାଲିକ ମାନେ କଳକାରଖାନା ଚଳାଇବା ପାଇଁ ଆସିଥିବା ପ୍ରବାସୀ ମାନଙ୍କ ଫେରିବା ପାଇଁ ଫୋନ୍ କରିଲେଣି ।

ଏପରିକି ଗାଁ ଗହଳିରୁ ଶ୍ରମିକ ମାନଙ୍କୁ ନେବା ପାଇଁ ଦଲାଲ ମାନଙ୍କୁ ନିୟୋଜିତ କରିଲେଣି । ଏହି ଦଲାଲ ମାନେ ପୁରୁଣା ଶ୍ରମିକଙ୍କ ଠିକଣା ଖୋଜିବା ସହିତ ନୂଆ ଯୁବକଙ୍କୁ ଦାଦନ ଖଟାଇବାକୁ ନେବାକୁ ଆରମ୍ଭ କରିଛନ୍ତି । । ଏବେ ସ୍ୱାଭାବିକ୍ ଟ୍ରେନ୍ ଚଳାଚଳ କରୁନଥିବାରୁ ଟ୍ରେନ୍ ରେ ଶ୍ରମିକମାନେ ଯିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ବିଭିନ୍ନ ରାଜ୍ୟର କଂପାନୀମାନେ ଏହି ଶ୍ରଢ଼ିକ ମାନଙ୍କୁ ନେବା ପାଇଁ କେନ୍ଦ୍ରାପଡା ଜିଲ୍ଲା କୁ ବସ୍ ପଠାଇଲେଣି । ନିକଟରେ କେରଳରୁ ଦୁଇଟି ବସ୍ ଆସି କେନ୍ଦ୍ରପଡା ଜିଲ୍ଲାର ରାଜକନିକା , ରାଜନଗର ,ଆଳି ,  ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରପଡା ଅଂଚଳରୁ ଶ୍ରମିକ ନେବାକୁ ଆରମ୍ଭ କରିଛନ୍ତି । ଏମାନେ ବିଶେଷ କରି ପାଣି ପାଇପ୍ , ଅଟାକଳ ଓ ପ୍ଲାଏ ଉଡ୍ କଂପାନୀରେ କାମ କରିବା ଶ୍ରମିକ ମାନେ ବୋଲି ଜଣା ପଡିଛି ।

 

 

Leave A Reply