କଳାହାଣ୍ଡି : ଆଜି ପଶ୍ଚିମ ଓଡ଼ିଶାର ଭାଇଚାରା ର ମହାନ ଗଣପର୍ବ ନୂଆଖାଇ।କଳାହାଣ୍ଡି ଜିଲ୍ଲାରେ ଏହାକୁ ବଡ଼ ଧୁମଧାମରେ ପାଳନ କରାଯାଏ।ବର୍ଷକରେ ଥରେ ହେଉଥିବା ଏହି କୃଷିଭିତ୍ତିକ ପର୍ବ କଳାହାଣ୍ଡି ଜିଲ୍ଲାରେ ଦୁଇ ପର୍ଯ୍ୟାୟ ରେ ପାଳିତ ହୋଇଥାଏ।ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ ପାଳିତ ହେଉଥିବା ବେଳେ ବାକି ସ୍ଥାନ ରେ ଆଜି ପଞ୍ଚମୀ ତିଥିରେ ପାଳିତ ହୋଇଥାଏ।
ଲୋକଙ୍କ ପାଇଁ ଏକ ଭାବ ଦିଆନିଆ ର ମାଧ୍ୟମ ମଧ୍ୟ ହୋଇଥାଏ।ପୂର୍ବ ପରମ୍ପରା ଅନୁସାରେ କଳାହାଣ୍ଡି ଜିଲ୍ଲାର ରାଜା ରହୁଥିବା ସ୍ଥାନ ଭବାନୀପାଟଣା, ଏମ.ରାମପୁର ,ଥୁଆମୂଳ ରାମପୁର,ଲାଞ୍ଜିଗଡ଼ ଓ ଜୟପାଟଣା ରେ ଏହା ଦଶମୀ ତିଥିରେ ପାଳିତ ହେଉଥିବା ବେଳେ ସାରା ଜିଲ୍ଲାରେ ଆଜି ପଞ୍ଚମୀ ତିଥିରେ ପାଳିତ ହୋଇଥାଏ।କଳାହାଣ୍ଡି ଜିଲ୍ଲାର ଆରାଧ୍ୟ ଦେବୀ ମା ମାନିକେଶ୍ୱରୀ ଓ ଡୋକରି ବୁଢ଼ୀ ଙ୍କୁ ମଧ୍ୟ ଦଶମୀ ତିଥିରେ ଭୋଗ ଅର୍ପଣ କରାଯାଏ।ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ଫସଲର ପ୍ରଥମ ଅର୍ଣ୍ଣକୁ ଆରାଧ୍ୟ ଦେବତା ଙ୍କୁ ପୂଜାର୍ଚ୍ଚନା କରି ସମସ୍ତେ ଏକାଠି ମିଳିମିଶି ନୂଆଭୋଗ ଖାଇ ଖୁସି ଅନୁଭବ କରିଥାନ୍ତି।
ଏଥିପାଇଁ ଗାଁଗଣ୍ଡା ଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଚଲଚଞ୍ଚଳ ହୋଇଥାଏ। ହେଲେ ଦେଶରେ କରୋନା ମହାମାରୀ ଜଗୁ ୫ମାସ ଧରି ଲକଡାଉନ ଜାରୀ ରହିଛି।ସବୁଆଡେ କଟକଣା ଥିବା ସ୍ୱତେ ଆଜି କଳାହାଣ୍ଡି ରେ ନିଡାମ୍ବର ଭାବେ ପାଳିତ ହେଉଛି ନୂଆଖାଇ।ସବୁ ସଂସ୍କୃତିକ କାର୍ଯ୍ୟକ୍ରମ ଓ ନୂଆଖାଇ ଭେଟଘାଟ କୁ ସ୍ଥଗିତ ରଖାଯାଇ ପାଳନ କରାଯାଉଛି ।