ଅରଡ଼ପଲି ଗାଁର ମିନତୀ ଜେନା ହତ୍ୟା ଘଟଣାରେ କେନ୍ଦ୍ରାପଡା ପୋଲିସର ପର୍ଦାଫାସ : ପୋଲିସ ଅନିଲ ଙ୍କ ସମେତ 7 ଜଣ ଙ୍କୁ ଗିରଫ କରିବା ସହ 5 ଟି ମୋବାଇଲ ଫୋନ , ନଗଦ 5 ଲକ୍ଷ 64 ହଜାର ଟଙ୍କା , 5 ଟି ବାଇକ , ଏକ କାନ ଫୁଲ ଓ ରକ୍ତ ଭିଜା ଛୁରୀ ଜବତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅରଡ଼ପଲି ଗାଁ ର ମିନତୀ ଜେନା ହତ୍ୟା ଘଟଣା ର ଆଜି କେନ୍ଦ୍ରାପଡା ପୋଲିସ ପର୍ଦାଫାସ କରିଛନ୍ତି । ମୃତ ମିନତୀ ଜେନା ର ସାନ ପୁଅ ସତ୍ୟଜିତ ଜେନା ର ସାଙ୍ଗ ତଥା ପଡୋଶୀ ଅନିଲ ଜେନା ମିନତୀ ଙ୍କ ଘରକୁ ବାରମ୍ବାର ଯିବା ଆସିବା କରନ୍ତି । ମିନତୀ ଙ୍କ ଘରେ ଅଧିକ ଟଙ୍କା ଥିବା ଜାଣି ଅନିଲ ଜେନା ଯୋଜନା ମୁତାବକ ଅନ୍ୟ 6 ଜଣ ସହଯୋଗୀ ଙ୍କ ଦ୍ଵାରା ହତ୍ୟା ଲୁଟ କରିଥିବା କେନ୍ଦ୍ରାପଡା ଏସ୍ପି ନିତି ଶେଖର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗତ 17 ତାରିଖ ରେ ଦିନ 1 ରେ ନିକଟସ୍ଥ ଦୋକାନ ରୁ ମିଠା ନେଇ ବନ୍ଧୁ ହିସାବରେ ଯାଇ ଘରେ ପଶି ଲୁଟ ଉଦ୍ୟମ କରିଥିଲେ ତେବେ ଏହାକୁ ମିନତୀ ଜେନା ତାକୁ ପ୍ରତିବାଦ କରିବାରୁ ମିନତୀ ଙ୍କୁ ଛାତି ରେ ଓ କାନ୍ଧ ରେ ଏକ ଧାରୁଆ ଛୁରୀ ରେ ଆଘାତ କରିଥିଲେ , ଘଟଣା ସ୍ଥଳରେ ମିନତୀ ଙ୍କ ର ମୃତ୍ୟୁ ହୋଇଥିଲା । କେନ୍ଦ୍ରାପଡା ପୋଲିସ ଅନିଲ ଙ୍କ ସମେତ 7 ଜଣ ଙ୍କୁ ଗିରଫ କରିବା ସହ 5 ଟି ମୋବାଇଲ ଫୋନ , ନଗଦ 5 ଲକ୍ଷ 64 ହଜାର ଟଙ୍କା , 5 ଟି ବାଇକ , ଏକ କାନ ଫୁଲ ଓ ରକ୍ତ ଭିଜା ଛୁରୀ ଜବତ କରିଛି।
