ହାଟଡିହି : ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ କୌଣସି ସ୍ଥାନରେ ସାର୍ବଜନୀନ ଗଣେଶ ପୂଜା ଓ ଭାଲୁକାଣି ପୂଜା କଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ ମିଳିବାପରେ ଆଜି ହାଟଡିହି ବ୍ଲକ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସମସ୍ତ ପଞ୍ଚାୟତରେ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଗଣେଶପୂଜା ଓ ଭାଲୁକାଣି ପୂଜାପାଇଁ କୌଣସି ସ୍ଥାନରେ ୫ଜଣଙ୍କୁ ଉର୍ଦ୍ଧ ଲୋକ ଏକାଠି ଠିଆ ନହେବା ସହିତ କୌଣସି ମନ୍ଦିରରେ ମଧ୍ୟ ଭକ୍ତମାନଙ୍କ ପ୍ରବେଶ ଓ ପୂଜାକୁ ନିଷେଧ କରାଯାଇଛି ।
ସମସ୍ତ ସ୍କୁଲ କଲେଜରେ ଗଣେଶପୂଜା ବନ୍ଦ ରଖାଯାଇଥିବାବେଳେ ଭାଲୁକାଣି ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଲୋକମାନଙ୍କୁ ସତର୍କ କରାଇ ଦିଆଯାଇଛି । ଗାଁ ଗଣ୍ଡାରେ ଥିବା କ୍ଲବ ମାନଙ୍କରେ ମଧ୍ୟ ଚଳିତବର୍ଷ ପୂଜା ନକରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଯଦି କେହି ଏହି ନିୟମକୁ ନମାନନ୍ତି ତେବେ ଆଇନି ଅନୁସାରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଜୟଦେବ ଦାସ ସୁଚନା ଦେଇଛନ୍ତି ।