Odisha news

ଦାଦାବଟି ମାଗି ଗିରଫ

0

ଭୁବନେଶ୍ୱର,(ନି.ପ୍ର) : ବାଲି ଟ୍ରକ୍ ଅଟକାଇ ଦାଦାବଟି ମାଗିବା ଘଟଣାରେ ପୂର୍ବରୁ ପୋଲିସ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ ଶୁକ୍ରବାର ଦିନ ଫେରାର ଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଠାରୁ ପୋଲିସ ଦୁଇଟି ଚୋରା ବାଇକ୍ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା ପାଣ୍ଡରା ଅଞ୍ଚଳର ରୋହିତ ଭଞ୍ଜ । ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।

ଗତ ୨୦୧୯ ମସିହାରେ ମଞ୍ଚେଶ୍ୱର ଥାନା ଅଧୀନ ବାଲିଘାଟରେ ଟ୍ରକ୍ ମାନଙ୍କୁ ଅଟକାଇ ଦାଦାବଟି ମାଗୁଥିଲେ ପାଣ୍ଡରା ଅଞ୍ଚଳର ପାଞ୍ଚ ଜଣ ଅସମାଜିକ ଯୁବକ । ଏ ନେଇ ମଞ୍ଚେଶ୍ୱର ଥାନାରେ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଭିତରୁ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ହେଲେ ଜଣେ ଅଭିଯୁକ୍ତ ପୋଲିସ ହାତରୁ ଫେରାର ରହିଥିଲା । ସେବେଠାରୁ ପୋଲିସ ଅଭିଯୁକ୍ତକୁ ଧରିବାକୁ ଜାଲ ବିଛାଇଥିବାବେଳେ ଅଭିଯୋଗର ଏକ ବର୍ଷ ପରେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ପରେ ଅଭିଯୁକ୍ତଠାରୁ ପୋଲିସ ଦୁଇଟି ଚୋରା ବାଇକ୍ ଜବତ କରିଛି ।

Leave A Reply