ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାର ପ୍ରତ୍ୟେକ ସିଏଚ୍ସିରେ ଏଣ୍ଟିଜେନ୍ ହେଉଥିବା ବେଳେ ଜଳେଶ୍ୱର ସ୍ଥିତ ଜିକେଭଟ୍ଟର ହସ୍ପିଟାଲରେ ତାହା ହେଉନଥିବାର ଆଜି ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା ।
ତେଣୁ କର୍ତ୍ତୃପକ୍ଷ ଆଜିଠାରୁ ଏଣ୍ଟିଜେନ୍ର ବ୍ୟବସ୍ଥା କରିଛନ୍ତି । ଆଜି ପ୍ରଥମ ଦିନରେ ୬ଜଣଙ୍କ ଏଣ୍ଟିଜେନ୍ କରାଯାଇଥିବା ବେଳେ ସମସ୍ତଙ୍କର ନେଗେଟିଭ୍ ରିପୋର୍ଟ ମିଳିଥିଲା ।
ଅନ୍ୟପକ୍ଷରେ କରୋନା ଲକ୍ଷଣଯୁକ୍ତ ସମସ୍ତ ଜ୍ୱର ରୋଗୀଙ୍କର ଏଣ୍ଟିଜେନ୍ ହୋଇନଥିବା କୁହାଯାଇଛି । ଏହା ବାଧ୍ୟତାମୂଳକ କରାଗଲେ ବହୁ କରୋନା ପଜେଟିଭ୍ ଚିହ୍ନଟ ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି ।
