Odisha news

+୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ କ୍ରମାଗତ ନବମଥର ପାଇଁ ବିନାୟକ କଲେଜ ଶୀର୍ଷରେ

0

ଭଦ୍ରକ, ୧୯ ଅଗଷ୍ଟ (ହି.ସ.)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । କ୍ରମାଗତ ନବମଥର ପାଇଁ ପ୍ରମୁଖ ଆବାସିକ ମହାବିଦ୍ୟାଳୟ “ବିନାୟକ ରେସିଡେସନ୍‌ସିଆଲ ହାୟର ସେକେଣ୍ଡାରି ସ୍କୁଲ, ଭଦ୍ରକ” ସଫଳତା ହାସଲ କରି ଜିଲ୍ଲାର ମୋଟ ୧୨ଟି ଆବାସିକ ମହାବିଦ୍ୟାଳୟ ମଧ୍ୟରୁ ଶୀର୍ଷରେ ରହିିଛି । କଲେଜ ଅଧ୍ୟକ୍ଷ ପ୍ରଭାତ ପ୍ରଭାକର ପାଢ଼ୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ମହାବିଦ୍ୟାଳୟର ମୋଟ ୫୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୨ଜଣ ପ୍ରଥମ ଶ୍ରେଣୀ, ୧୦ଜଣ ଦ୍ୱିତୀୟ ଓ ୩ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ମହାବିଦ୍ୟାଳୟର ପାସହାର ୧୦୦ପ୍ରତିଶତ ଥିବା ଜଣାପଡିଛି । ଏହି ମହାବିଦ୍ୟାଳୟର ଛାତ୍ରୀ ଶିବାନୀ ବାରିକ ସର୍ବାଧିକ ୫୦୦ନମ୍ବର ନମ୍ବର ରଖି କଲେଜରେ ପ୍ରଥମସ୍ଥାନ ଅଧିକାର କରିଥିବା ଜଣାପଡିଛି । ଏତତ୍ ବ୍ୟତୀତ ୫ଜଣ ଛାତ୍ରଛାତ୍ରୀ ୮୦ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ବେଳେ ୨୨ଜଣ ଛାତ୍ରଛାତ୍ରୀ ୭୦ପ୍ରତିଶତ ଓ ୧୫ଜଣ ଛାତ୍ରଛାତ୍ରୀ ୬୦ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହାକୁ ଭଦ୍ରକ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । କଲେଜର ସୁପରିଚାଳନା, ସଂଗଠିତ ଅଧ୍ୟୟନ ପଦ୍ଧତି ଓ ସ୍ୱାସ୍ଥ୍ୟକର ଖାଦ୍ୟ ପରିବେଶ ଏହି ଅଂଚଳର ଭଲ ଭଲ ଛାତ୍ରମାନଙ୍କୁ ଅଧ୍ୟୟନ ପାଇଁ ଆକୃଷ୍ଟ କରିଅଛି । ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ଓ ଜୀବନାନନ୍ଦ ପାଣିଗ୍ରାହୀ କଲେଜର ଅଧ୍ୟକ୍ଷ ପ୍ରଭାତ ପ୍ରଭାକର ପାଢ଼ୀ ଓ ବାଣିଜ୍ୟ ବିଭାଗର ସମସ୍ତ ଅଧ୍ୟାପକ ମାନେ ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନରେ ସଂପୂର୍ଣ୍ଣ ଧ୍ୟାନ ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ଭଦ୍ରକ ଜିଲ୍ଲାରେ ଆବାସିକ ମହାବିଦ୍ୟାଳୟ ମଧ୍ୟରୁ ୧ନଂ. ଆବାସିକ ମହାବିଦ୍ୟାଳୟ ଭାବରେ ବିନାୟକ ମହାବିଦ୍ୟାଳୟ ସ୍ଥାନ ପାଇଅଛି । ଏଥିପାଇଁ ଉଭୟ ନିର୍ଦ୍ଦେଶକ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଏହି ମହାବିଦ୍ୟାଳୟ ଅଭିଭାବକ ମାନଙ୍କର ସଂପୂର୍ଣ୍ଣ ଆଶାକୁ ପୂରଣ କରିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ।

Leave A Reply