Odisha news

ନିରାକାରପୁର : ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ , କୋଭିଡ଼ ହସପିଟାଲରେ ଜାଗା ନାହିଁ , ଆକ୍ରାନ୍ତ ବ୍ୟକ୍ତି ହୋମ କ୍ୱାରେଣ୍ଟାଇନରେ ରହିଲେ

0

ନିରାକାରପୁର: ଆଜି ରାପିଡ଼ ଟେଷ୍ଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର, ଲେଣ୍ଡୁ ଓ ଡ଼ିଆ ପଞ୍ଚୟତରୁ ସମୁଦାୟ ୬ଜଣ କରୋନା ପଜେଟିଭ ଚିହ୍ନଟ ହେଲା ପରେ ଏହି ଅଞ୍ଚଳରେ ଲୋକଙ୍କ ମନରେ ସଂକ୍ରମଣକୁ ନେଇ ଭୟ ସଞ୍ଚାର ହୋଇଛି । ଆଜିର ଟେଷ୍ଟରେ ନିରାକାରପୁରର ଦୁଇ ଭାଇ ଓ ଜଣେ ମହିଳା , ଡ଼ିଆ ପଞ୍ଚାୟତର ଜଣେ ମହିଳା ଓ ଲେଣ୍ଡୁ ପଞ୍ଚାୟତ ଭଗବତୀପଡ଼ା ଗ୍ରାମରେ ଦୁଇଜଣ ଲୋକଙ୍କର ପଜେଟିଭ ଚିହ୍ନଟ ହୋଇଛି ।

ଏହି ପଜେଟିଭ ଚିହ୍ନଟ ବ୍ୟକ୍ତିମାନେ ବର୍ତ୍ତମାନ ନିଜ ନିଜ ଘରେ ହୋମ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି । ଜଣେ ମହିଳା ନିଜ ଘରେ ସୁବିଧା ନ ଥିବା ଓ ଗାଁ ଲୋକଙ୍କ ବିରୋଧ ଯୋଗୁ ପଞ୍ଚାୟତରେ ବସି ରହିଥିଲେ ବି କୋଭିଡ଼ ହସପିଟାଲରେ ବେଡ଼ ନଥିବାରୁ ଆଜି ହଟହଟା ହୋଇଥିବାର ଶୁଣିବାକୁ ମିଳୁଛି । ପରେ ସେ ମଧ୍ୟ ଗ୍ରାମରେ ନିଜ ଘରେ ରହିଥିବା ଜଣାପଡ଼ିଛି । କଥା ଉଠେ ସରକାରଙ୍କର ଯଦି କୋଭିଡ଼ ହସପିଟାଲରେ ଜାଗା ନାହିଁ ତେବେ ଗାଁ ଗାଁ ବୁଲି ଟେଷ୍ଟ କରିବାଟା କେତେଦୂରରୁ ଠିକ ତାହା ବିଚାର କରିବା କଥା । ଏଥି ଯୋଗୁ ତଳିଆ ସ୍ୱାସ୍ଥ୍ୟ କର୍ମୀମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି ।

Leave A Reply