Odisha news

ରିୟାଙ୍କ ଜବାବରେ ସନ୍ତୁଷ୍ଟ ନୁହଁନ୍ତି ଇଡି ,ଖର୍ଚ ଓ ଆୟକର ରିଟର୍ନର ମେଲାନାହିଁ

0

ନୂଆଦିଲ୍ଲୀ : ସୁଶାନ୍ତ ସିଂହ ଆତ୍ମହତ୍ୟା ଘଟଣାରେ ED ର ଯାଞ୍ଚ ଜାରି ରହିଛି l ଏହି କେସକୁ ନେଇ ବର୍ତମାନ ସୁଦ୍ଧା ଅଧିକାଂଶ ବ୍ୟକ୍ତିଙ୍କ ସହିତ ପଚରାଉଚରା କରାଯାଇ ତାଙ୍କର ବୟାନ ଦର୍ଜ କରାଯାଇଛି l ମିଳିଥିବା ଖବରରୁ ଜଣାପଡିଛି ଯେ ED ଆଉଥରେ ରିୟା ଚକ୍ରବର୍ତୀଙ୍କୁ ପଚରାଉଚରା ପାଇଁ ଡାକି ପରେ l ରିୟା ଓ ତାଙ୍କ ପରିବାରକୁ  ପୂର୍ବରୁ ED ରୀୟଙ୍କର CA ରିତେଶ ସାହାଙ୍କର ବୟାନ ରେକର୍ଡ କରିବ l ଏକ ସୂତ୍ରରୁ ଜନପଡିଛି ଯେ ରିୟାଙ୍କୁ ଯେଉଁ ପ୍ରଥମଥର ଡକା ଯାଇଥିଲା ତାଙ୍କର ଉତର ସନ୍ତୋଷ ଜଣକ ନଥିଲା l ରିୟାଙ୍କର ଖର୍ଚ ଓ ତାଙ୍କ ଇନକମ ଟ୍ୟାକ୍ସ ରିଟର୍ନ, ତାଙ୍କର ବ୍ୟାଙ୍କ ଷ୍ଟେଟମେଣ୍ଟ ସହିତ ମେଳ ଖାଉନଥିଲା l

ସୁଶାନ୍ତଙ୍କ ପରିବାର ମଧ୍ୟରୁ ED ତାଙ୍କ ଭଉଣୀ ମିନୁ ସିଂହଙ୍କର ବୟାନ ଦର୍ଜ କରିଥିଲା l ଏହା ପରେ ED ସୁଶାନ୍ତଙ୍କ ପିତାଙ୍କର ବୟାନ ଦର୍ଜ କରିଥିଲା ,ସେ ED କୁ କହିଥିଲେ ଯେ ସୁଶାନ୍ତଙ୍କ ଆକାଉଣ୍ଡରୁ ଏମିତି କିଛି ଲୋକଙ୍କ ଆକାଉଣ୍ଡକୁ ପଇସା ଯାଇଛି ଯେଉଁ ମାନଙ୍କ ସହିତ ସୁଶାନ୍ତଙ୍କର କୌଣସି ସମ୍ପର୍କ ନଥିଲା l ସୁଶାନ୍ତଙ୍କ ପିତାଙ୍କର ସନ୍ଦେହ ହେଉଛି ଯେ ଏହି ଆକାଉଣ୍ଡ ରିୟା ଓ ତାଙ୍କ ପରିବାର ଲୋକଙ୍କର ହୋଇପାରେ l ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତୀଙ୍କ ଉପରେ ସୁଶାନ୍ତଙ୍କ ଆକାଉଣ୍ଡରୁ ପଇସା ନେଇଥିବାର ଆରୋପ ଲଗାଇଛନ୍ତି l

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଦୁଇ ମାସରୁ ଅଧିକ ସମୟ ହୋଇଯାଇଛି l ବିହାର ଓ ମହାରାଷ୍ଟ୍ର ସରକାରଙ୍କ ପାଖରୁ ନେଇ ଏହି ଦୁଇ ରାଜ୍ୟର ପୋଲିସ ମାନଙ୍କ ମଧ୍ୟରେ ବିଭିନ୍ନ ଉତେଜନା ମଧ୍ୟ ଦେଖା ଦେଇଛି l ଏହି ମାମଲାରେ କଙ୍ଗନା ରଣବତ ମୁଭି ମାଫିଆ ଓ ନେପୋଟିଯିମ ଉପରେ ଆରୋପ ଲଗାଇ ଇଣ୍ଡଷ୍ଟ୍ରିର ଅଧିକାଂଶ ଡିଗଜଙ୍କୁ ଟ୍ୱିଟ କରି ବହୁତ କିଛି ଶୁଣାଇ ଛନ୍ତି l ବର୍ତ୍ତମାନ ଏହି କେସର ସଂମ୍ପୁର୍ଣ୍ଣ ଫୋକସ ରିୟା ଚକ୍ରବର୍ତ୍ତିଙ୍କ ଉପରେ ରହିଛି

Leave A Reply