Odisha news

ଜମିବାଡି ବିବାଦକୁ ନେଇ ଭାଇକୁ ହତ୍ୟାକଲେ ଦୁଇଭାଇ , ଅଭିଯୁକ୍ତ ମାନେ ଗିରଫ

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : ଜମିବାଡି ସମ୍ପର୍କିତ ପୂର୍ବଶତୃତାକୁ ନେଇ ଟିକାବାଲି ଥାନା ଅନ୍ତର୍ଗତ କୋଚିଲାଗଡ ଗ୍ରାମରେ ଦୁଇ ଭାଇଙ୍କ ଆକ୍ରମଣରେ ଅଜିତ ବିଶୋଇ (୪୦)ଙ୍କ ମୃତୁ୍ୟ ହୋଇଛି । ପୁଲିସ୍ ଅଭିଯୁକ୍ତ ବାବୁଲା ବିଶୋଇ ଓ ଚିତରଞ୍ଜନ ବିଶୋଇଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ ରବିବାର ସକାଳେ ଅଜିତଙ୍କର ତାଙ୍କର ସଂପର୍କିିୟ ଭାଇ ବାବୁଲା ଓ ଚିତରଞ୍ଜନଙ୍କ ସହ ଜମିବାଡିକୁ ନେଇ ଝଗଡା ହୋଇଥିଲା । ପରେ ସଂନ୍ଧ୍ୟରେ ମଧ୍ୟ ତିନିଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ବେଳେ ଏହା ପରବର୍ତ୍ତି ସମୟରେ ଉଗ୍ରରୁପ ଧାରଣ କରିଥିଲା । ସେତେବେଳେ ସମସ୍ତେ ମଦ୍ୟପାନ କରି ପାଟିତୁଣ୍ଡ କରୁଥିଲେ । ରାତି୍ର ପ୍ରାୟ ୮ଟା ସମୟରେ ଅଜିତ ଗାଁ ମଣ୍ଡପରେ ବସିଥିବା ବେଳେ ବାବୁଲା ବିଶୋୟୀ ଏକ ୧୬ ଏମ୍ ଏମ୍ ଲୁହା ରଡ଼୍ରେ ଅଜିତ୍ କୁ ତୁହାକୁ ତୁହା ଆଘାତ କରିଥିଲା ଓ ଏଥିରେ ଚିତରଞ୍ଜନ ମଧ୍ୟ ସହଯୋଗ କରିଥିବା ନେଇ ଏତଲାରେ ଦର୍ଶାଯାଇଛି ।

ଲୁହା ରଡରେ ଅଜିତଙ୍କ ମୁଣ୍ଡରେ ଅତର୍କିତ ଆକ୍ରମଣ ଯୋଗୁଁ ସେ ପ୍ରହାର ଯୋଗୁଁ ଘଟଣା ସ୍ଥଳରେ ଅଜିତ୍ ଅଚେତ୍ ହୋଇ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ଗ୍ରାମଲୋକେ ଅଜିତଙ୍କୁ ଟିକାବାଲି ଡାକ୍ତରଖାନାକୁ ନେଇଥିଲେ । ତେବେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା । ଆମ୍ବୁଲାନ୍ସ ଯୋଗେ ଅଜିତଙ୍କୁ ଅଣା ଯାଇଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ମୃତ ଅଜିତ୍ଙ୍କ ସ୍ତ୍ରୀ ଟିକାବାଲି ଥାନାରେ ଏ ନେଇ ଏକ ଅଭିଯୋଗ ଦେଇଥିଲେ ଅଭିଯୋଗ ଅନୁସାରେ ଟିକାବାଲି ଥାନା ଅଧିକାରୀ ରେବତି ଶବର ଓ ଅନ୍ୟାମାନେ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସହିତ ଉଭୟ ଭାଇ ବାବୁଲା ଓ ଚିତ୍ତ ରଂଜନକୁ ଘରେ ଥିବା ଅବସ୍ଥାର ଗିରଫ କରିଥିଲେ ।

ଏନେଇ ପୁଲିସ୍ କେସ ନଂ ୫୧/୨୦ରେ ଏକ ମାମଲା ରୁଜୁକରି ଶବକୁ ଆଜି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଆଜି ଘଟଣା ସ୍ଥଳକୁ ଏସ୍.ଡ଼ି.ପି.ଓ ଡ଼ିଟିଆର୍ ପଟନାୟକଙ୍କ ନେତୃତ୍ୱରେ ଏକ ସାଇଣ୍ଟିଫିକ ଟିମ୍ ସହିତ ସନ୍ଧାନି କୁକୁର ଆଦି ଗସ୍ତ କରି ତନଖୀ କରିଥିଲେ । ସୁଚନା ପାଇବାପରେ ସରପଂଚ ସଂଯୁକ୍ତା କହଁର ଓ ସମିତିସଭ୍ୟଙ୍କ ସ୍ୱାମୀ ମୁକ୍ତେଶ୍ୱର ଭୋଇ ପ୍ରମୁଖ ପହଞ୍ଚି ଘଟଣା ସଂପର୍କରେ ସପୂର୍ଣ୍ଣତଥ୍ୟ ସଂଗ୍ରହ କରିବା ସହିତ ପୁଲିସ୍ ତଦନ୍ତରେ ସହଯୋଗ କରିଥିଲେ ।

Leave A Reply