ଫୁଲବାଣୀ (ସନ୍ତୋଷ ମିଶ୍ର ): ଆଜି ଫୁଲବାଣି ପୌରାଂଚଳ ଅନ୍ତଗତ ୪ଟି ୱାର୍ଡର କିଛି ଅଂଚଳକୁ ପୁର୍ବରୁ ଘୋଷଣା କରାଯାଇଥିବା କଣ୍ଟନେମେଣ୍ଟ ଜୋନ ଆଦେଶକୁ ଅପସାରଣ କରାଯାଇଛି । ଫୁଲବାଣୀ ପୌରାଂଚଳର ନିର୍ବାହୀ ଅଧିକାରୀ ଏବଂ ଖଣ୍ଡମାଳ ତହସିଲଦାରଙ୍କ ମିଳିତ ସୁପାରିଶରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଫୁଲବାଣୀର ୮ ନମ୍ବର ୱାର୍ଡ ଅନ୍ତର୍ଗତ ନୁଆଁସାହି ଓ ଅରବିନ୍ଦ ନଗର,୫ ନମ୍ବର ୱାର୍ଡ ଅନ୍ତର୍ଗତ ତୋଟାସାହି,୯ ନମ୍ବର ୱାର୍ଡ ଅନ୍ତର୍ଗତ ଶଗଡିଆସାହି ଅଂଚଳରୁ ଆଜିଠାରୁ କଣ୍ଟନେମେଣ୍ଟ ଜୋନ ଆଦେଶକୁ ଅପସାରଣ କରିଛନ୍ତି । ତେବେ ସହରରେ ଥିବା ଆଉ କିଛି ଅଂଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେହି ସବୁ ଅଂଚଳ ଗୁଡିକୁ କଣ୍ଟନେମେଣ୍ଟ ଜୋନ ଘୋଷଣା କରିବା ସହିତ ସେହି ସବୁ ଅଂଚଳରେ କୋଭିଡ ନିୟମ କଡକାଡି ଭାବରେ ପାଳନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।