ରାୟଗଡା (Rabindra Patkhandal) : ରାୟଗଡା ଜିଲ୍ଲାରୁ ଆଜି ୧୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ୧୨୦ ଜଣଙ୍କ ମଧ୍ୟରୁ ୭୪ ଜଣ ପୁରୁଷ ଥିବା ବେଳେ ୪୬ ଜଣ ମହିଳା ଅଛନ୍ତି । ୯୮ ଜଣ ଗୃହ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ୭୯ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଛନ୍ତି ।
ରାୟଗଡା ସହରରୁ ୨୩, ରାୟଗଡା ଗ୍ରାମାଚଂଳରୁ ୨୧, ଗୁଣପୁର ସହରରୁ ୨, ଗ୍ରାମାଚଂଳରୁ ଜଣେ, ବିଷମକଟକରୁ ୨୧, ଚନ୍ଦ୍ରପୁରରୁ ଜଣେ, କଲ୍ୟାଣସିଂହପୁରରୁ ଜଣେ, କାଶିପୁରରୁ ୨, ମୁନିଗୁଡାରୁ ୨ ଏବଂ ପଦ୍ମପୁରରୁ ୨୬ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୨୦ ଜଣ ପିଜିଟିଭ୍ ଙ୍କ ମଧ୍ୟରୁ ୧୬ ଜଣ କରୋନା ଯୋଦ୍ଧା ମଧ୍ୟ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୨୩୮୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୧୫ ଜଣ ସୁସ୍ଥଲାଭ କରିଛନ୍ତି । ୧୫ ଜଣ କରୋନା ସଂକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି । ବର୍ତମାନ ଜିଲ୍ଲାରେ ୯୫୬ ଜଣ କରୋନା ପଜିଟିଭ୍ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଂଟର ଏବଂ ଜେକେପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।