Odisha news

ଭାରତ ଓ ନେପାଳ ମଧ୍ୟରେ ରାଜନୈତିକ ବାର୍ତ୍ତାଳାପ ସମ୍ପୂର୍ଣ୍ଣ ହୋଇଛି,କଣ ରହିଥିଲା ଏଜେଣ୍ଡା

0

ନୂଆଦିଲ୍ଲୀ : ଭାରତ ଓ ନେପାଳ ମଧ୍ୟରେ ସୋମବାର ଦିନ ରାଜନୈତିକ ସ୍ଥରୀୟ ବୈଠକ ସମ୍ପୂର୍ଣ୍ଣ ହୋଇଛି l କାଠମାଣ୍ଡୁରେ ନେପାଳର ବିଦେଶ ସଚିବ ଶଙ୍କର ଦାସ ବୈରାଗୀ ଓ ଭାରତୀୟ ରାଜା ନାୟୀକ ବିନୟ ଖ୍ବାତ୍ରାଙ୍କ ମଧ୍ୟରେ ବାର୍ତାଳାପ ହୋଇ ଯାଇଛି l ଦୁଇ ପକ୍ଷଙ୍କ ମଧ୍ୟରେ ଆର୍ଥିକ ଓ ବିକାଶ ସହଯୋଗ ପରି ଯୋଜନାକୁ ନେଇ ଦ୍ୱିତୀୟ ରାଉଣ୍ଡର ବୈଠକ ପାଇଁ ମଧ୍ୟ ସହମତି ମିଳିଛି l ସୁବିଧା ଜନକ ସ୍ଥିତି ଉପରେ ନେପାଳରେ ଭାରତ ସାରକଙ୍କ ପକ୍ଷରୁ ଚଳାଯାଇଥିବା ଆର୍ଥିକ ଓ ବିକାଶ ସହଯୋଗ ପରି ଯୋଜନାର ପ୍ରଗତି ପାଇଁ ସମୀକ୍ଷା କରl ଯିବ l

ଏମିତିରେ ଏହି ବୈଠକର ବିଭିନ୍ନ ପଦକ୍ଷପକୁ ନେଇ ପୂର୍ବରୁ ତିଆରି କରାଯାଇଥିଲା କେଉଁ ବିଷୟରେ ବୈଠକ ହେବ ,ଏହି ସବୁଥିରେ ଭାରତ ଓ ନେପାଳ ମଧ୍ୟରେ ଚାଲିଥିବା ଉତେଜନାକୁ ନେଇ କୌଣସି ଦେବାନେବାର ନାହିଁ l କିନ୍ତୁ ବର୍ତମାନର ପରିସ୍ଥିତିରେ ଏହାର ମୂଲ୍ୟ ବଢି ଯାଇଛି l ଏହା ପୂର୍ବରୁ ଶନିବାର ଦିନ ନେପାଳର ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନ ଯୋଗେ କଥା ହୋଇଥିଲେ l ଏହି ବାର୍ତାଳାପ ପରେ ଦୁଇ ଦେଶର ସମ୍ପର୍କକୁ ନେଇ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି l

୧୫ ଅଗଷ୍ଟ ଦିନ ନେପାଳର ପ୍ରଧାନମନ୍ତ୍ରୀ ଓଲି ,ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫୋନ ଯୋଗେ କଥା ହୋଇଥିଲେ ଓ ଏହି ଫୋନ ଏପରି ସମୟରେ କରାଯାଇଥିଲା ଯେଉଁ ସମୟରେ ନେପାଳ ଓ ଭାରତର ସମ୍ପର୍କ ଭିତରେ ତିକ୍ତତା ଦେଖା ଦେଇଛି l ଏହି ଫୋନ କଲକୁ ନେଇ ଭାରତ ପକ୍ଷରୁ ଯେଉଁ ବୟାନ ଜାରି କରାଗଲା ,ସେଥିରେ କୁହାଗଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ ପାଇଁ ଧନ୍ୟବାଦ ଦେଲେ ଓ ଭାରତ ନେପାଳର ପୁରୁଣା ଓ ସଂକୃତିକ ସମ୍ବଧକୁ ମନେପକାଇଲେ l ପ୍ରଧାନମନ୍ତ୍ରୀ ମୋଦି ଓ ଓଲିଙ୍କ ମଧ୍ୟରେ ଏହି ବାର୍ତାଳାପ ସୀମା ବିବାଦ ପରେ ପ୍ରଥମଥର ହୋଇଥିଲା l

ପ୍ରଧାନମନ୍ତ୍ରୀ ମୋଦି ଓ ଓଲିଙ୍କ ମଧ୍ୟରେ ସୀମା ବିବାଦକୁ ନେଇ କଣ ଆଲୋଚନା ହୋଇଥିଲା ସେ ବିଷୟରେ କିଛି ଜଣାପଡି ନାହିଁ lକିନ୍ତୁ ଏହି ବାର୍ତାଳାପର ଦୁଇ ଦିନ ପରେ ୧୭ ଅଗଷ୍ଟରେ ଭାରତ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି ଏହି ଆଲୋଚନାରେ ଆର୍ଥିକ ଓ ବିକାଶ ପ୍ରୋଜେକ୍ଟର ସମୀକ୍ଷା ହୋଇଛି l ପାକିସ୍ତାନରେ ହେଉଥିବା ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାରକୁ ନେଇ ନେପାଳ ମଧ୍ୟ ଚିନ୍ତା ପ୍ରକଟ କରିଛି l ୧୪ ଅଗଷ୍ଟ ଦିନ ଯେତେବେଳେ ପାକିସ୍ତାନରେ ସ୍ୱାଧୀନତା ଦୀବସ ପାଳନ ହେଉଥିଲା ,ସେତେବେଳେ କାଠମାଣ୍ଡୁରେ ରାଷ୍ଟ୍ରୀୟ ଏକତା ଅଭିଯାନ ନାମକ ସଂଗଠନ ପାକିସ୍ତାନୀ ମିଶନ ବିରୁଦ୍ଧରେ ଶୋଭାଯାତ୍ରା ବାହାର କରିଥିଲା l

Leave A Reply