ନୂଆଦିଲ୍ଲୀ : ଚୀନ କେବଳ LAC ରେ ଷଡଯନ୍ତ୍ର କରୁ ନାହିଁ ତାର ଷଡ଼ଯନ୍ତ୍ରର ସୀମା ତାଠାରୁ ଅଧିକ l LAC ରେ ଚୀନ ଶାନ୍ତି ପାଇଁ ବୈଠକ କରିଥାଏ ,ଅନ୍ୟପକ୍ଷରେ ଭାରତକୁ କମଜୋର କରିବା ପାଇଁ ତାର ଚାଲବାଜି ଚାଲୁ ରହିଥାଏ l ନେପାଳରେ ଚୀନର ନୂଆ ଗେମ୍ ପ୍ଲାନ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ l ମିଳିଥିବା ସୂଚନା ଅନୁସାରେ ଚୀନ ,ନେପାଳରୁ ଆସୁଥିବା ଗୋରଖା ଯେଉଁ ମାନେ ଭାରତର ସେନାରେ ସାମିଲ ହେଉଛନ୍ତି ତାଙ୍କୁ ନେଇ ଚିନ୍ତାରେ ପଡିଛି ଓ ସେଥିପାଇଁ ନୂଆ ଷଡଯନ୍ତ୍ର ପ୍ରସ୍ତୁତ କରୁଛି l
ଗୋରଖl ଭାରତୀୟ ସେନା ବାହିନୀର ସଂମ୍ମାନ ଅଟନ୍ତି l ସେମାନଙ୍କ ଲହୁରେ ବିରାତା ଝଲସି ଉଠିଥାଏ l ଗୋରଖା ରେଜିମେଣ୍ଟରେ ଯେଉଁ ଯବାନ ମାନେ ନେପାଳର ହୋଇଥାନ୍ତି ,ତାଙ୍କର ଜନ୍ମ ଭୂମି ନେପାଳ ହୋଇଥିଲେ ମଧ୍ୟ କର୍ମ ଭୂମି ହିନ୍ଦୁସ୍ତାନ ଅଟେ l କିନ୍ତୁ ବର୍ତମାନ ଚୀନର ଆଖିରେ ବୀର ନେପାଳୀ ଯୋଦ୍ଧା ଖଟକିବାକୁ ଲାଗିଛନ୍ତି l ମିଳିଥିବା ସୂଚନା ଅନୁସାରେ ଚୀନର କାଠମାଣ୍ଡୁରେ ଥିବା ଦୂତାବାସ ଓ ନେପାଳରେ ତାର ରାଜଦୂତ ହାଓ ୟାଙ୍କୀ ଗୋରଖା ରେଜିମେଣ୍ଟରେ ନେପାଳର ଯବାନ ସାମିଲ ହେବାର ରାଜ ଜାଣିବାକୁ ଚାହୁଁଛନ୍ତି l ହାଓ ୟାଙ୍କୀ ଗୋଟିଏ ଚୀନୀ ଏନଜିଓକୁ ଏହି ଦାଇତ୍ୱ ଦେଇଛନ୍ତି ,ନେପାଳରେ ସର୍ଭେ କରାଯାଉ ଯେ ନେପାଳର ଜନସାଧାରଣ ଓ ଭାରତୀୟ ସେନା ମଧ୍ୟରେ କି ସମ୍ପର୍କ ରହିଛି l
ଗୋରଖା ରେଜିମେଣ୍ଟ ଓ ନେପାଳର ଯବାନଙ୍କ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା ଅଟେ l ବୀର ଗୋରଖା ଭାରତୀୟ ସେନାର ଗୌରବ ଅଟନ୍ତି ,ଯୁଦ୍ଧ କ୍ଷେତ୍ରରେ ଅଦମ୍ୟ ସାହସ ଓ ଗୌରବ ପୂର୍ଣ୍ଣ ଇତିହାସ ଗୋରଖା ରେଜିମେଣ୍ଟର ରହିଛି l ଚୀନ ଜାଣିବାକୁ ଚାହୁଁଛି ନେପାଳର ଜନସାଧାରଣ ନିଜ ସେନାକୁ ଛାଡି ଭାରତୀୟ ସେନାରେ କାହିଁ ସାମିଲ ହେଉଛନ୍ତି l ଏହା ପଛର କାରଣ କଣ ରହିଛି ,ଗୌରବ ପୂର୍ଣ୍ଣ ଲମ୍ବା ଇତିହାସର ପରମ୍ପରା ନାଁ ଆର୍ଥିକ କାରଣ ଯାହା ଦୁଇ ଦେଶର ଲୋକଙ୍କୁ ଯୋଡ଼ିଛି l
ଚୀନ ଜାଣିଛି ଯେ ଗୋରଖା ରେଜିମେଣ୍ଟ ଭାରତୀୟ ସେନାର ସବୁଠୁ ବଡ଼ ରେଜିମେଣ୍ଟ ,ପାଖାପାଖି ୬୦ ରୁ ୮୦ ହଜାର ନେପାଳୀ ଗୋରଖା ରେଜିମେଣ୍ଟରେ ରହିଛନ୍ତି l ପ୍ରତ୍ୟକ ବର୍ଷ ପାଖାପାଖି ୧୫୦୦ ଗୋରଖା ସୈନିକ ଭାରତୀୟ ସେନାରେ ସାମିଲ ହୁଅନ୍ତି l ଭାରତ ,ନେପାଳ ଓ ବ୍ରିଟେନରେ ଗୋରଖା ସୈନିକଙ୍କ ସୈନ୍ୟ ସେବା ସମ୍ବଧରେ ୧୯୪୭ ରେ ଗୋଟିଏ ରାଜିନାମା ହୋଇଥିଲା l ଏହି ରାଜିନାମା ଅନୁସାରେ ଦୁଇ ଦେଶର ସେନାରେ ନେପାଳୀ ଗୋରଖା ନିଯୁକ୍ତି ପାଇବେ lଚୀନର ସେନା ଗୋରଖା ରେଜିମେଣ୍ଟକୁ ନେଇ ଅଟେ ଉଛୁକତା ଦେଖାଇବାର କାରଣ ହେଲା ଗଲୱ୍ୱାନ ଘାଟିରେ ଚାଲିଥିବା ଉତେଜନାରେ ଗୋରଖା ରେଜିମେଣ୍ଟର ସମ୍ପୂର୍ଣ୍ଣ ସହଯୋଗ ରହିଛି l ବହୁ ବର୍ଷ ପୂର୍ବରୁ ମଧ୍ୟ ଭାରତ ଚୀନ ଯୁଦ୍ଧ ସମୟରେ ଗୋରଖା ରେଜିମେଣ୍ଟ ପାଖରେ ହାର ମାନିଥିଲେ ଚୀନ ସୈନ୍ୟ l ଏହି କଥାକୁ ନେଇ ଚୀନ ବର୍ତ୍ତମାନ ଜାଣିବାକୁ ଚାହୁଁଛି ନେପାଳର ଗୋରଖା ଭାରତୀୟ ସେନାରେ କଣ ପାଇଁ ସାମିଲ ହୁଅନ୍ତି l