ନୂଆଦିଲ୍ଲୀ : ଗୋଟିଏ ପଟରେ ପାକିସ୍ତାନ ପକ୍ଷରୁ କାଶ୍ମୀର ଘାଟିରେ ଅବୈଧ ଅନୁପ୍ରବେଶ କରାଇବା ପାଇଁ ଆତଙ୍କବାଦୀ ମାନଙ୍କୁ ଟ୍ରେନିଙ୍ଗ ଦିଆଯାଉଛି ,ଅନ୍ୟପଟରେ ଏହି କାର୍ଯ୍ୟକ୍ରମକୁ ପରଦା ପଛରେ ଚୀନ ଇସ୍ଲାମବାଦରେ ରହି ପାକିସ୍ତାନକୁ ପୁରା ସମର୍ଥନ କରୁଛି l ଏହି ପରି ଆଶଙ୍କା ପୂର୍ବରୁ ଭାରତୀୟ ଏଜେନ୍ସି ମାନଙ୍କ ଦ୍ୱାରା କର ଯାଇଥିଲା ,ପାକିସ୍ତାନକୁ ଚୀନ ସୀମାବର୍ତୀ ଅଂଚଳରେ ସୁଡ଼ଙ୍ଗ ତିଆରି କରିବା ପାଇଁ ଯାନ୍ତ୍ରିକ ସାହାଯ୍ୟ ଦେଉଥିଲା l ବର୍ତମାନ ସାମ୍ନାକୁ ଖବର ଆସିଛି ଯେ ପାକିସ୍ତାନ ବକାଇଦା “ଜିହାଦି ସପିଙ୍ଗ ଲିଷ୍ଟ”ତିଆରି କରି ଡ୍ରୋନ,ମରଣା ଅସ୍ତ୍ର ଓ ପାର୍ବତ୍ୟ ସ୍ଥାନରେ ବ୍ୟବହାର ହେଉଥିବା ଜିନିଷ କିଣୁଛି l
ଇଣ୍ଡିଆ ଟୁଡ଼େକୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ମାନଙ୍କୁ କିପରି ଭାବରେ ପାକିସ୍ତାନ ସ୍ପେଶାଲ ସର୍ଭିସ ଯୋଗାଇ ଦେଉଛି l ସୁରକ୍ଷା ମାମଲାକୁ ନେଇ ବିଶେଷଜ୍ଞ ମାନେ କହିଛନ୍ତି ଯେ ଆତଙ୍କବାଦୀ ମାନେ ପୂର୍ବରୁ ମଧ୍ୟ ମହିଳା ଓଭରଗ୍ରାଉଣ୍ଡ ୱାର୍କର ବ୍ୟବହାର କରୁଥିଲେ ,କିନ୍ତୁ ପୂର୍ବରୁ ଏହି ମହିଳା ମାନେ ସାମ୍ନାକୁ ଆସୁନଥିଲେ l ଯେଉଁଠାରେ ପାକିସ୍ତାନ ଓ ଆଫଗାନିସ୍ତାନର ସୀମାବର୍ତି ପାହାଡିଆ ଅଂଚଳରେ ତାଲିବାନୀ ,ଆଫଗାନି ଓ ପଠାଣି ଆତଙ୍କ ବାଦୀଙ୍କୁ ହତିଆର ଟ୍ରେନିଙ୍ଗ ଦିଆଯାଉଥିଲା l ସେଠାରେ POK ର ଘାଟିରେ ବଡ଼ବଡ଼ ଆତଙ୍କବାଦୀ କାର୍ଯ୍ୟକଳାପକୁ ପରିଣାମ ଦେବାପାଇଁ ଲଞ୍ଚ ପ୍ୟାଡ଼ ଆକ୍ଟିଭି କରାଯାଇଛି l
ଖୁପିୟା ସୂଚନାରୁ ଜଣ ପଡିଛି ଯେ ପାଖାପାଖି ୩୮୦ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନ ଅବୈଧ ପ୍ରବେଶ ପାଇଁ ଏକାଠି କରିଛି l ପାକିସ୍ତାନର ଚୀନ ପାଖରୁ ଜେହାଦି ସପିଙ୍ଗ କରିବାର ଉଦେଶ୍ୟ ହେଲା ଆତଙ୍କବାଦୀ ମାନଙ୍କୁ ଅତ୍ୟାଧୁନିକ ହତିଆର ସହିତ ସଯସମାନ ଦିଆଯାଇ ପାରିବ ,ଯାହା ଦ୍ୱାରା LOC ରେ ଅବୈଧ ପ୍ରବେଶ କରିବା ପରେ ଭାରତୀୟ ଯବାନ ମାନଙ୍କୁ ନିଜ ଲକ୍ଷକୁ ଆଣି ପାରିବେ l ପାକିସ୍ତାନ ପାଖାପାଖି ୩୦୦୦ ରୁ ୪୦୦୦ ବୁଲେଟ ପ୍ରୁଫ ଜ୍ୟାକେଟ ଚୀନ ପାଖରୁ କିଣୁଛି l ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଏହି ଜ୍ୟାକେଟ ଗୁଡିକୁ ଜେଏସ ମହମଦ ,ଲସ୍କର ତୟବା ଓ ଅନ୍ୟ ଆତଙ୍କବାଦୀ ସଙ୍ଗଠନକୁ ଅବୈଧ ପ୍ରବେଶ ପାଇଁ ଦେବ l