Odisha news

ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିଲା, ୨ମୃତ ଓ ୨ ଗୁରୁତର

0

ବାରିପଦା/ମୋରଡା : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଝିଙ୍କିରିଆ ଛକଠାରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତୁ୍ୟ ହେବାପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ,ଏକ ଟ୍ରାକ୍ଟର ଝିଙ୍କିରିଆ ଛକଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିବାରୁ ଦୁଇଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଦ୍ୱୟ ହେଲେ ବୁଢା ମୁର୍ମୁ ଓ ମଙ୍ଗଲ ମୁର୍ମୁ ।

ଗୁରୁତର ହୋଇଥିବା ଦୁଖିଆ ହେମ୍ବ୍ରମ ଓ ପ୍ରଭାତ ହେମ୍ବ୍ରମଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିସôାତ ନିମନ୍ତେ ଭର୍ତ୍ତି କରାଯାଇଛି । ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିବାସହ ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ଏନେଇ ମୋରଡା ଥାନାରେ ଏକ ମାମଲା ରୁଜୁହୋଇ ଘଟଣାର ତଦନ୍ତ ଚାଲିଛି ।

Leave A Reply