କିଛି ଦିନର ନିରବତା ପରେ ପୁଣି ସ୍ଥିତି ଜାହିର କଲା ମାଓ ସଂଗଠନ : କ.ନୂଆଗାଁ ଥାନା ଅଞ୍ଚଳରେ କେକେବିଏନ ମାଓ ସଂଗଠନର ବ୍ୟାନର ଜାରି
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗବାଡି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଦେଖିବାକୁ ମିଳିଛି ମାଓ ବ୍ୟାନର । କେକେବିଏନ ମାଓ ସଙ୍ଗଠନ ପକ୍ଷରୁ ଏହି ବ୍ୟାନର ଜାରି କରାଯାଇଥିବା ବେଳେ ଏଥିରେ ଅଗଷ୍ଟ 18 ରୁ 24 ତାରିଖ ପର୍ଯ୍ୟନ୍ତ ବନ୍ଦ କୁ ସଫଳ କରିବାକୁ ବ୍ୟାନର ରେ ଉଲ୍ଲେଖ ରହିଛି ।
ପୂର୍ବରୁ ମୃତ୍ୟୁ ହୋଇଥବା ମାଓ କ୍ୟାଡ଼ର ମାନଙ୍କୁ ସହିଦ ର ଆଖ୍ୟା ଦିଆଯାଇଥିବା ବେଳେ ବିପ୍ଳବି ଲାଲ ସଲାମ ଲେଖା ଯାଇଥିବା ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ତିନି ତିନି ଥର ଗୁଳିବିନିମୟ ହୋଇଥିଲା ଏବଂ ପୋଲିସ ଏନକାଉଣ୍ଟର ରେ ୭ ମାଓବାଦୀ ମୃତ୍ୟୁବରଣ କରିଥିଲେ । ଏନକାଉଣ୍ଟର ପରେ କିଛି ଦିନ ନିରବ ରହିଥିଲେ ମାଓବାଦୀ । ଏହାପରେ ପ୍ରଥମଥର ପାଇଁ ବ୍ୟାନର ଜାରି କରି ପୁଣି ଥରେ ଅଞ୍ଚଳରେ ନିଜର ସ୍ଥିତି ଜାହିର କରିଛି ମାଓ ସଂଗଠନ ।