Odisha news

ଦଳିତ ରିକ୍ସା ଚାଳକଙ୍କ ଦ୍ୱାରା ପତାକା ଉତ୍ତୋଳନ

0

ହିଞ୍ଜିଳିକାଟୁ : ୭୪ତମ ସ୍ୱାଧିନତା ଦିବସ ଅବସରରେ ହିଞ୍ଜିଳିକାଟୁ ଅଞ୍ଚଳର ସାମ୍ବାଦିକ ମାନଙ୍କ ଦ୍ଵାରା ନିଆରା ଢଙ୍ଗରେ ସ୍ୱାଧିନତା ଦିବସ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ପାଳନ କରାଯାଇଥିଲା l ଏହି ଅବସରରେ ଦଳିତ ରିକ୍ସା ଚାଳକ ରାଜେନ୍ଦ୍ର ଦାସ ଅତିଥି ଭାବେ ଯୋଗଦେଇ  ଜାତୀୟ ପତାକା ଉତ୍ତୋଳନ କରିଥିଲେ l “ସାମାଜିକ ବ୍ୟବସ୍ଥାରେ ପଂକ୍ତିର ଶେଷରେ ରହିଯାଇଥିବା ଲୋକଙ୍କୁ ଆଗକୁ ଉଠାଇ ଆଣିବା ସାମ୍ବାଦିକତାର ଧର୍ମ।

ଶ୍ରେଣୀଭୁକ୍ତ ସମାଜରେ ସମନ୍ୱୟ ସ୍ଥାପନା କରି ଭାରତର ଉଚ୍ଚ, ନୀଚ, ଧନୀ, ଗରିବ ସଭିଙ୍କୁ ଜାତୀୟତାର ମନ୍ତ୍ରରେ ମନ୍ତ୍ରିତ କରିବା ଲକ୍ଷରେ ଏହିପରି ଆୟୋଜନ କରାଯାଇଥିଲା। ଦଳିତ, ବଞ୍ଚିତ, ପୀଡିତ, ଶୋଷିତ, ନିଷ୍ପେସିତ ମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ବ୍ୟବସ୍ଥା ପାଖରେ ସାଧାରଣ ଲୋକଙ୍କ ସମସ୍ୟା ପହଞ୍ଚାଇବା ପାଇଁ ସାମ୍ବାଦିକ ମାନେ ତତ୍ପର ହୁଅନ୍ତୁ। ବୈଷମ୍ୟର ବେଡି ଭାଙ୍ଗି ଏକ ଶୃଙ୍ଖଳିତ ଏବଂ ସମନ୍ୱିତ ସମାଜ ବ୍ୟବସ୍ଥା ପାଇଁ ଏହା ଏକ ଉଦାହରଣ ହେବ” ବୋଲି ବରିଷ୍ଠ ସାମ୍ବାଦିକ ଆକାଶ ପଟ୍ଟନାୟକ କହିଛନ୍ତି।

ପରେ  ସାମ୍ବାଦିକମାନେ ମାସ୍କ  ବଣ୍ଟନ କରି  କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମାଜକୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ l ବସନ୍ତ ପଟ୍ଟନାୟକ, ଆକାଶ ପଟ୍ଟନାୟକ, କୈଳାଶପତି ଦାଶ, ସୁଧାନିଧି ଚୌଧୁରୀ, ରଜନୀକାନ୍ତ ପାତ୍ର, ସିମାଞ୍ଚଳ ନାହାକ, ରଞ୍ଜିତ କୁମାର ପୋଲାଇ, ରାକେଶ ରଥ, ପବିତ୍ର କୁମାର ପାତ୍ର, ହିମାଂଶୁ ବେହେରା, ପ୍ରଭୁଦତ୍ତ ପାତ୍ର ପ୍ରମୁଖ ସାମ୍ୱାଦିକ ଉପସ୍ଥିତ ଥିଲେ l

IEC 2 years
Leave A Reply