ନୂଆଦିଲ୍ଲୀ :ସୀମା ବିବାଦକୁ ନେଇ ଉତେଜନା ଚାଲିଥିବା ବେଳେ ନେପାଳର ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ସ୍ୱତନ୍ତ୍ରତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି l ମିଳିଥିବା ସୂଚନା ଅନୁସାରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ପାଖାପାଖି ୧୦ ମିନିଟର ଆଲୋଚନା ହୋଇଛି l ଏହା ପ୍ରଥମ ଥର ହୋଇଛି ,ଯେତେବେଳେ ଭାରତ ନେପାଳ ମଧ୍ୟରେ ଉତେଜନା ଚାଲିଥିବା ବେଳେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତା ହୋଇଥିଲା l
ନେପାଳର ପ୍ରଧାନମନ୍ତ୍ରୀ ଫୋନରେ ଶୁଭକାମନା ଦେବା ସହିତ ଅନ୍ୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ l ମିଳିଥିବା ସୂଚନାରୁ ଜଣ ପଡିଛି ଯେ ,ଓଲି କହିଛନ୍ତି ଏହି କଥାବାର୍ତା ଦ୍ୱାରା କାହାର ହାରିବା ଓ ଜିତିବା କିମ୍ବା କାହାକୁ ନିମ୍ନନ୍ତର ଦେଖାଇବା ଉଦେଶ୍ୟ ନୁହେଁ l ସମ୍ପର୍କରେ ସୁଧାର ଆଣିବା ପାଇଁ ଉଭୟ ପକ୍ଷରୁ ଚେଷ୍ଟା ଚାଲିଛି l
ସ୍ୱତନ୍ତ୍ରତା ଦିବସ ଅବସରରେ ଭାରତରେ ବଙ୍ଗଳା ଦେଶର ରାଜଦୂତ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମରେ ଭାରତ ବାଙ୍ଗଲାଦେଶକୁ ସାହାଯ୍ୟ କରିଥିବା ହେତୁ ଆଭାର ବ୍ୟକ୍ତ କରିଥିଲେ ଓ କହିଥିଲେ ଦୁଇ ଦେଶର ସୈନ୍ୟ ଏକ ସାଙ୍ଗରେ ରକ୍ତ ବୁହାନ୍ତି l ମୁକ୍ତି ସଂଗ୍ରାମକୁ ମାନେ ପକାଇ ବଙ୍ଗଳାଦେଶର ରାଜଦୂତ କହିଲେ “ଇତିହାସର ଏହି ଅଧ୍ୟକୁ ଭୁଲି ହେବ ନାହିଁ l ”
ଚୀନ ମଧ୍ୟ ଭାରତକୁ ସ୍ୱତନ୍ତ୍ରତା ଦିବସର ଶୁଭକାମନା ଦେଇଛି l ଭାରତରେ ଚୀନର ରାଜଦୂତ ଶନିବାର ଦିନ କହିଥିଲେ ଯେ ସ୍ୱତନ୍ତ୍ରତା ଦିବସରେ ଭାରତ ସରକାର ଓ ଭାରତୀୟ ମାନଙ୍କୁ ଶୁଭ କାମନା l ଆସ ରଖିଛୁ ଯେ ଦୁଇଟି ଦେଶ ଶାନ୍ତି ଓ ବୁଝାବଣା ନେଇ ଆଗକୁ ବଢିବେ l ସେ କହିଛନ୍ତି ଯେ ପ୍ରାଚୀନ ଦୁଇଟି ଦେଶ ପ୍ରାଚୀନ ସଭ୍ୟତା ,ଶାନ୍ତି ଓ ବୁଝାବଣାକୁ ନେଇ ଆଗକୁ ବଢିବେ ଓ ପ୍ରଗତି କରିବେ l
ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତ ଓ ନେପାଳର ବିଦେଶ ମନ୍ତ୍ରାଳୟ ସଚିବ ସ୍ତରୀୟ ବୈଠକ ଅଗଷ୍ଟ ୧୭ ତାରିଖରେ ହେବାକୁ ଯାଉଛି l ଦୁଇ ଦେଶର ଅଧିକାରୀ ସୋମବାର ଦିନ ନେପାଳର ରାଜଧାନୀ କାଠମାଣ୍ଡୁରେ ଏକ ବୈଠକ ରଖିଛନ୍ତି l ଏହି ବୈଠକରେ ନେପାଳ ପକ୍ଷରୁ ବିଦେଶ ସଚିବ ଶଙ୍କର ଦାସ ବୈରାଗୀ ଭାଗନେବେ ଓ ଭାରତ ପକ୍ଷରୁ ନେପାଳରେ ଥିବା ଭାରତର ରାଜଦୂତ ବିନୟ କ୍ଵାଟରା ଉପସ୍ଥିତ ରହିବେ l ଏହି ବୈଠକରେ ସୀମା ବିବାଦ ଉପରେ ମଧ୍ୟ ଚର୍ଚା ହେବାର ଖବର ସୂତ୍ରରୁ ମିଳିଛି l