Odisha news

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା 28ଟି ଜିଲ୍ଲା ସ୍ତରୀୟ ସେଲଏସ ହବ ଉଦଘାଟିତ

0

ଭୁବନେଶ୍ୱର : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ଉନ୍ମୁଖୀ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ ତଥା ଲୋକାଭିମୁଖୀ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି।ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଗ୍ରାମାଞ୍ଚଳରେ କୃଷି, ଅଣୁ ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ତୃଣମୂଳ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ବୈପ୍ଳବିକ ତଥା ସାଙ୍ଗଠନିକ ପରିବର୍ତ୍ତନ ଉଦ୍ଧେଶ୍ୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା 28ଟି ଜିଲ୍ଲାସ୍ତରୀୟ ସେଲଏସ ହବ ,51 ଟିହଁ ଗ୍ରାହକ ସେବା କେନ୍ଦ୍ର ,2ଟି ନୂତନ ଶାଖା ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟିତ ହୋଇଅଛି। ଇତି ମଧ୍ୟରୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ଯାଜପୁର ରୋଡ଼ ଆଞ୍ଚଳିକ କାର୍ଯ୍ୟାଳୟ ଅଧିନସ୍ଥ ଚାରୋଟି ଜିଲ୍ଲା( ଯାଜପୁର,କେନ୍ଦ୍ରାପଡା, ବାଲେଶ୍ଵର ଓ ଭଦ୍ରକ)ପାଇଁ କେନ୍ଦ୍ରାପଡା ଠାରେ ଜିଲ୍ଲା ବିକ୍ରୟ କେନ୍ଦ୍ର ମଧ୍ୟ ଉଦଘାଟିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉପରୋକ୍ତ ଚାରୋଟି ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସହ ସମୁଦାୟ ରାଜ୍ୟସ୍ତରରେ 501 ଗୋଷ୍ଠୀକୁ ସଂଯୋଗୀକରଣ କରାଯାଇଅଛି।

ଏହି କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ରାଜ୍ୟ ମୁଖ୍ୟ ଶ୍ରୀମତୀ ରୁମା ଦେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଆର୍ଥିକ କ୍ଷେତ୍ରରେ ରାଜ୍ୟର ବିକାଶରେ ସହଯୋଗ କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପ୍ରତିଶ୍ରୁତିବଦ୍ଧ ବୋଲି ମତ ପ୍ରଦାନ କରିଥିଲେ।

ନିଜର ଅଭିଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳର ବିକାଶ ଉପରେ ଅଧିକ ଗୁରୁତ୍ୱ ଆରୋପ କରିବା ସହ ଷ୍ଟେଟ ବ୍ୟାଙ୍କର ସହଯୋଗ କାମନା କରିଥିଲେ।ଓଡ଼ିଶାର ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ,କ୍ଷୁଦ୍ର ବଜାର ଗଠନ ତଥା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ଦେବାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ମତ ବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ମହାପାତ୍ର ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସେକ୍ରେଟାରୀ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀଯୁକ୍ତ ସି ଏଲ ଏନ ଚାରୁଲୁ (ଜିଏମ , ନେଟୱର୍କ 1) ଧନ୍ୟବାଦ ପ୍ରଦାନ କରିଥିଲେ। ଭୁବନେଶ୍ୱର ସ୍ଥାନୀୟ କାର୍ଯ୍ୟାଳୟ ତରଫରୁ ଶ୍ରୀଯୁକ୍ତ ବିଜୋୟ କେ କୁଜୁର(ଜିଏମ ନେଟୱର୍କ 2) ଏବଂ ଯାଜପୁରରୋଡ଼ ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଅଂଚଳ ମୁଖ୍ୟ ଶ୍ରୀ ପ୍ରବୀର କୁମାର ସାହୁ, ଶ୍ରୀ ଜୟଦେବ ବଳ, ଶ୍ରୀ ଅଜିତ ତ୍ରିପାଠୀ ଓ ଶ୍ରୀମତୀ ପ୍ରଭାତୀ ଦାସ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଯୋଗଦାନ କରିଥିଲେ।ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯାଇଥିଲା।

Leave A Reply