Odisha news

ସେବକଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

0

କୁଆଖିଆ :  ରସୁଲପୁର ବ୍ଲକ୍ ଅନ୍ତର୍ଗତ ହରିପୁର ହାଟ ଅଂଚଳରେ ଜିଲ୍ଲାର ଅଗ୍ରଣୀ ସ୍ୱେଛା ସେବୀ ସଂଗଠନ ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ କୋଭିଡ-୧୯ ମୁକାବିଲା ପାଇଁ କେତେକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ସଂଗଠନର ପ୍ରତିଷ୍ଟାତା ପ୍ରଶାନ୍ତ କୁମାର ଷଡଙ୍ଗୀଙ୍କ ନେତୃତରେ ଅନ୍ୟସଦସ୍ୟ ମାନେ ମିଶି ହରିପୁର ବଜାର ଅଂଚଳର ସମସ୍ତ ଦୋକାନରେ କରୋନା ସଚେତନତା ମୁଳକ ପୋଷ୍ଟର ସବୁ ଦୋକାନରେ ଲଗାଇବା ସହ ହାଟୁଆ ଏବଂ ଜନ ସଧାରଣଙ୍କୁ ମାସ୍କ ବଂଟନ କରିବା ସହ ସାମାଜିକ ଦୁରତା ରଖି କାରବାର କରିବାକୁ ସଚେତନ କରିଥିଲେ ।

ଯାଜପୁର ଜିଲ୍ଲାର ଏହି ଅଗ୍ରଣୀ ସ୍ୱେଛାସେବି ସଂଗଠନ ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ଚାରିମାସ ହେବ କରୋନା ଲଢେଇରେ ସାମିଲ ହୋଇ ବିଭିନ୍ନ ଜନ ହୀତକର କାର୍ଯ୍ୟ ତଥା ଶୁଖିଲା ଖାଦ୍ୟ ବଂଟନ ,ରନ୍ଦା ଖାଦ୍ୟ  ବଂଟନ ସଫେଇ,ଜଳଛତ୍ର,ପଶୁପକ୍ଷୀ ଗାଇଗୋରୁଙ୍କୁ ଏବଂ ଚଣ୍ଡିଖୋଲରେ ମାଙ୍କଡଙ୍କୁ ଖାଦ୍ୟ ଯୋଗାଇବା ଓ ଭଙ୍ଗା ଛଣ ଛପର ଘରେ ପାଲ ପକେଇବା,ବୃକ୍ଷ ରୋପଣ କରି ଜନ ସାଧାରଣରେ ପ୍ରଶଂସିତହୋଇଛି । ନରସିଂହପୁରର କୁରୁ ଗାଁର କିର୍ତନ ମଳିକଙ୍କ ପୁଅ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଘରେ ପଡିଥିବା ବେଳେ ତାର େଔଷଧ ଖର୍ଛ ବହନ କରାଯାଇଛି । ଏଥିରେ ସଂଗଠନର ଦେବାଶିଷ ଦାଶ, ସତ୍ୟରଂଜନ ସାହୁ,ସୁଦିପ୍ତ ମହାପାତ୍ର ,ସତ୍ୟଜିତ ଷଡଙ୍ଗି,ସୁବାସ ବେହେରା,ଉମେଶ ସାହୁ,ଅଭିମନ୍ୟୁ ନାୟକ,ଉମେଶ ସାହୁ,ସ୍ମୃତିରଂଜନ ପଣ୍ଡା, ଯୁଧିଷ୍ଟିର ବେହେରା ,ପ୍ରହଲ୍ଲାଦ ଦାସ ଦୀପକ ଜେନା ଚନ୍ଦନ ମଲ୍ଲିକ,ଅଶ୍ୱିନୀ ଦାସ,ସୁମନ୍ତ କର ପ୍ରମୁଖ ସମସ୍ତ ସଭ୍ୟ ଯୋଗଦେଇ ସହଯୋଗ କରିଥିଲେ ।

Leave A Reply