ନିରାକାରପୁର :ଟାଙ୍ଗିବ୍ଲକ କନ୍ତଳବାଇ ପଂଚାୟତର ପୂର୍ବତନ ସରପଂଚ ସମାଜସେବୀ ତଥା ବିଜେପି ଯୁବନେତା ମୃତ୍ୟୁଞ୍ଜୟ ରାଉତରାୟ(ଜୟ)ଙ୍କ ବିୟୋଗରେ ମଳିପଡାସ୍ଥିତ ଦଳୀୟକାର୍ଯ୍ୟାଳୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।ଟାଙ୍ଗୀ ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର କଳସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସ୍ମୃତଚାରଣ ସଭାରେ ମୃତ୍ୟୁଞ୍ଜୟ ରାଉତରାୟଙ୍କ ତୈଳଚିତ୍ରରେ ଶ୍ରଦ୍ଧାଂଜଳୀ ଜ୍ଞାପନ ସହିତ ଆମର ଆତ୍ମାର ସଦଗତିନିମନ୍ତେ ୨ମିନିଟି ନୀରବ ପାର୍ଥନା କରାଯାଇଥିଲା ।ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡଇତରାୟ ଜୟ ଭାଇଙ୍କ ବିୟୋଗରେ ସଂଗଠନର ଅପୁରଣୀୟ କ୍ଷତି ଘଟିଲା ବୋଲି ଉଲ୍ଲେଖ କରିଥିଲେ ।
ସ୍ୱର୍ଗତ ରାଉତରାୟ ଜଣେ ଦରଦିବଂନ୍ଧୁ ଓ ପରପକାରୀ ମଣିଷ ଭାବେ ସୁନାମ ଅର୍ଜନ କରିଥିଲେ ବୋଲି ରାଜ୍ୟପରିଷଦ ସଦସ୍ୟ ରଘୁନାଥ ସାହୁ ମତବ୍ୟକ୍ତ କରିଥିଲେ ।ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ ଜୟବାବୁ ଜଣେ ମେଳାପୀ ତଥା ନିଜର ସ୍ୱାଭାବ ସୁଲ୍ଲଭ ଗୁଣରେ ସାଧାରଣଜନତାଙ୍କୁ ବାନ୍ଧିରଖିପାରୁଥିଲେ ବୋଲି ଶୋକ ବିବୃତି ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବଡପୋଖରିଆ ମଣ୍ଡଳ ସଭାପତ ିବିପିନି ପାଲଟାସିଂହ,ଦକ୍ଷିଣ ମଣ୍ଡଳ ସଭାପତି ସୀତାରମ ରାଉତରାୟ,ସମାଜସେବୀ କିଶୋର ବରାଳ,ବିଶ୍ୱଭୂଷଣ ପଟ୍ଟନାୟକ, ଟାଙ୍ଗି ଯୁବମୋର୍ଚ୍ଚା ସଭାପତି ଶିବପ୍ରସାଦ ପରିଡା, ଯୁବନେତା ମନୋରଂଜନ ଦାଶ,ସଂଜୟ କୁମାର ପରିଡା,ଜୟକୃଷ୍ଣ ଦାଶ୍,ରାମଚନ୍ଦ୍ର ପରିଡା,ଅକ୍ଷୟ ବଳିଆରସିଂହ, ଯୁଧିଷ୍ଠିର ମହାପାତ୍ର ପ୍ରମୁଖକାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ସ୍ମୃତିଚାରଣ କରିଥିଲେ ।