ଶ୍ରୀ ରାଧାମଣି ଦାସ (ଅବସରପ୍ରାପ୍ତ ପ୍ରଧ୍ୟାପକ) : ବହୁଦିନ ପରେ ଭାରତ ସରକାର ଏକ ଜାତୀୟ ଶିକ୍ଷାନୀତିକୁ ଅନୁମୋଦନ ସଂବାଦ ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ । ସ୍ୱାମୀ ବିବେକାନନ୍ଦ କହିଥିଲେ । ଋୟଙ୍କମବଗ୍ଧସକ୍ଟଦ୍ଭ ସଗ୍ଦ ଗ୍ଧଷର ଜ୍ଞବଦ୍ଭସଲରଗ୍ଦଗ୍ଧବଗ୍ଧସକ୍ଟଦ୍ଭ କ୍ଟଲ ଗ୍ଧଷର କ୍ଟ୍ରରକ୍ସଲରମଗ୍ଧସକ୍ଟଦ୍ଭ କ୍ଟଲ ଗ୍ଧଷର କ୍ଟ୍ରକ୍ଟଗ୍ଧରଦ୍ଭଗ୍ଧସବକ୍ଷସଗ୍ଧସରଗ୍ଦ ବକ୍ଷକ୍ସରବୟଚ୍ଚ ସଦ୍ଭ ଜ୍ଞରଦ୍ଭ ମଣିଷ ଭିତରେ ଥିବା ଦକ୍ଷତାର ବିକାଶ ହିଁ ଶିକ୍ଷାର ପ୍ରକାଶିତ, ମୋର ମନେହୁଏ ବହୁଦନି ପରେ ଶିକ୍ଷାର ପ୍ରକାଶ ପାଇଁ ଏକ ସୁଚିନ୍ତିତ ପ୍ରୟାସର ଶୁଭାରମ୍ଭ ହୋଇଛି ଭାରତ ବର୍ଷରେ । ଦେଶର ବହୁ ଶିକ୍ଷାବିତ୍, ଗବେଷକ, ବୁଦ୍ଧିଜୀବି, ଅଭିଭାବକ, ଜ୍ଞାନୀ, ଗୁଣୀ, ବିଦ୍ୱାନ ବ୍ୟକ୍ତିତ୍ୱ ମାନଙ୍କର ନିରନ୍ତର ବି·ର ବିମର୍ଷ ଚରମ ନିସ୍କର୍ଷ ସ୍ୱରୁପ ଆଜି ଯେଉଁ ଜାତୀୟ ଶିକ୍ଷାନୀତି ଜନ୍ମ ନେଇଛି ।
ତାହା ଯେ ଏକ କ୍ରାନ୍ତିକାରୀ ସୃଷ୍ଟି । ଏଥିରେ ଦ୍ୱିମତ ନାହିଁ । ଗୁଣାତ୍ମକ ଶିକ୍ଷା, ପ୍ରୟୋଗାତ୍ମକ ଶିକ୍ଷା, ବୃତ୍ତି ଭିତ୍ତିକ ଶିକ୍ଷା, ଦକ୍ଷତାର ଭିତ୍ତିକ ଶିକ୍ଷା, ପରୀକ୍ଷାତ୍ମକ ଶିକ୍ଷାର ସୃଷ୍ଟି । ଆଞ୍ଚଳିକ ଭାଷାର ଗୁରୁତ୍ୱ, ବିଷୟ ସ୍ୱାଧୀନତା, ଅସମାପ୍ତ ଶିକ୍ଷାର ବୈଧାନିକ ଆଜି ଅନେକ ବୈପ୍ଳବିକ ପରିବର୍ତ୍ତନ ଆମ ଜାତୀୟ ଶିକ୍ଷାନୀତିକୁ କେବଳ ଯୁଗପୋଯୋଗୀ କରି ନାହିଁ । ଆମ ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ସୃଷ୍ଟି କରିଛି ଅନେକ ସମ୍ଭାବନାର ମୁହୁର୍ତ୍ତ ।
ଭାରତ ସରକାର ଏକ ଐତିହାସିକ ପଦକ୍ଷେପକୁ ସକାରାତ୍ମକ ମାନସିକତାରେ ବିଚବର କରି ଆମ ସିଦ୍ଧାନ୍ତ ନ ନେଲେ, ଅନ୍ଧକାର ଭିତରେ ଅସହାୟ ଅବସ୍ଥାରେ ଥିବା ଆମ ପିଲାମାନଙ୍କ ପାଇଁ ଏକ ଉଜ୍ୱଳ ଭବିଷ୍ୟତରେ ସୂର୍ଯେ୍ୟାଦୟ ଯେ ଅସମ୍ଭବ ହୋଇ ରହିଯିବ । ଏଥିରେ ଦ୍ୱିରୁକ୍ତି ନାହିଁ ।
ପିଲାମାନଙ୍କର ଭବିଷ୍ୟତ କଥା ଆତ୍ମନିର୍ଭର ଭାରତ ପାଇଁ ଯେଉଁ ଦକ୍ଷତା, ସାମର୍ଥ୍ୟ ଏବଂ ବ୍ୟକ୍ତିତ୍ୱର ଆବଶ୍ୟକତା ଅଛି ସେମାନଙ୍କ ପାଇଁ । ଆମ ଜାତୀୟ ଶିକ୍ଷାନୀତି ସେ ଆବଶ୍ୟକତା ପୁରଣ କରିବାକୁ କେତେ ସମର୍ଥ – ସେ ସଂପର୍କରେ ବିତର୍କ ହେଉ ବି·ର ବିମର୍ସ ହେଉ ଏ ଚର୍ଚ୍ଚା ହେଉ, କିନ୍ତୁ ଆମ ଚିନ୍ତା ଆଉ ଚେତନା କୌଣସି ପରିସ୍ଥିତିରେ ବି ଗୋପନିୟ ନ ହେଉ ।