Odisha news

ଲକ୍ଷଣ ବିହୀନ କରୋନା ପଜିଟିଭ ବ୍ୟକ୍ତି ଗୃହ ସଙ୍ଗରୋଧରେ ରହିପାରିବେ : ଯାଜପୁର ଜିଲ୍ଲାପାଳ

0

ଯାଜପୁର : କରୋନା ପଜିଟିଭ ରୋଗୀ ଯେଉଁ ମାନଙ୍କର ଲକ୍ଷଣ ନଥିବ, ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ  ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ ନିଜ ଘରେ ରହି ଚିକିସôିତ ହୋଇପାରିବେ ବୋଲି ସରକାର ନିୟମ କରିଚ୍ଥନ୍ତି ।  ରାଜ୍ୟ ସାହାଯ୍ୟ ଆୟୁକ୍ତ ବା ଏସ୍.ଆର.ସି. ଙ୍କ  ପରାମର୍ଶ ମୁତାବକ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯଦି ସଂପୃକ୍ତ ବ୍ୟକ୍ତିଙ୍କର ଗୃହରେ ଅଲଗା ରୁମ୍ ଓ ଅଲଗା ଶୈାଚାଳୟ ରହିଥିବ ତେବେ ତାଙ୍କୁ ହୋମ୍ ଆଇସୋଲେସନ ବା ଗୃହ ସଙ୍ଗରୋଧ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି ।

ସୋମବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟରେ ସୂଚନା ପ୍ରଦାନ କରି ଜିଲ୍ଳ୍ାପାଳ ଶ୍ରୀ ଦାସ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ରହିବାର ଅନୁମତି ଦେବା ପୂର୍ବରୁ  ଦାୟିତ୍ୱରେ ଥିବା ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କ ଗୃହର ଭିତ୍ତିଭୂମି ଅନୁଧ୍ୟାନ କରିବା ଜରୁରୀ ଅଟେ ବୋଲି କହିଥିଲେ ।  ।  କେଉଁ ଲୋକ ମାନଙ୍କୁ ଘରେ ରହିବାକୁ ଅନୁମତି ମିଳିବ ସେମାନେ ସଠିକ ଭାବେ ସଙ୍ଗରୋଧ ମାନିବା ଜରୁରୀ ।  ଏହାକୁ ଅନୁଧ୍ୟାନ କରିବାକୁ ଗ୍ରାମାଞ୍ଚଳରେ ଗ୍ରାମ ପଞ୍ଚାୟତ ନୋଡାଲ ଅପିଂସର ଓ ସହରାଞ୍ଚଳରେ ୱାର୍ଡ ନୋଡାଲ ଅପିଂସର, ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି ।

ସେମାନେ ସରକାରଙ୍କର ନିୟମାବଳୀ ଆଧାରରେ ପ୍ରୋଟୋକଲର ଯେପରି ଉଲଙ୍ଘନ ନହୁଏ ସେଥିପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବେ ।  ସେମାନେ ମଧ୍ୟ ସଙ୍ଗରୋଧରେ ରହିଥିବା ସେହି କରୋନା ପଜିଟିଭ ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ତଥ୍ୟ ରଖିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଦିଗରେ ପଦକ୍ଷେପ ନେବେ ।  ସଂପୃକ୍ତ ରୋଗୀ ମାନଙ୍କୁ ସାକ୍ଷାତ ବା ଟେଲିପୋଂନ ମାଧ୍ୟମରେ ସ୍ୱାସ୍ଥ୍ୟ ପରାମର୍ଶ ବା ଚିକିସôା କରାଇ ପାରିବେ ।  ଏ କ୍ଷେତ୍ରରେ ସମସ୍ତ ବି.ଡି.ଓ. , ପୈାର ନିର୍ବାହୀ ଅଧିକାରୀ, ଅନ୍ୟାନ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ  ଜିଲ୍ଳ୍ାପାଳ  ଶ୍ରୀ ଦାସ ନିଦେ୍ର୍ଦଶ ଦେଇଚ୍ଥନ୍ତି ।  ତତ୍ ସହିତ ଏ ସଂପର୍କରେ ଉପଯୁକ୍ତ ପଂର୍ମାଟରେ ଦୈନିକ ତଥ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଜିଲ୍ଳ୍ାପାଳ ନିଦେ୍ର୍ଦଶ ଦେଇଚ୍ଥନ୍ତି ।  ପ୍ରୋଟୋକଲର ନିୟମାବଳୀକୁ କଡାକଡି ଭାବେ ପାଳନ ସହ ସଂପୃକ୍ତ ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଦୈନିକ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସେ ସମସ୍ତଙ୍କୁ ପରାମର୍ଶ  ଦେଇଚ୍ଥନ୍ତି ।

ଅପର ପକ୍ଷରେ ଗୃହ ସଙ୍ଗରୋଧରେ ରହୁଥିବା ଲକ୍ଷଣ ବିହୀନ ବା ସାମାନ୍ୟ ଲକ୍ଷଣଯୁକ୍ତ କରୋନା ପଜିଟିଭ ବ୍ୟକ୍ତିମାନେ ନିୟମାନୁସାରେ ସଙ୍ଗରୋଧରେ ରହି ଅନ୍ୟ ମାନଙ୍କୁ ସଂକ୍ରମିତ ନକରିବା,  ଅନ୍ୟ ମାନଙ୍କ ସହ ନ ମିଶିବାକୁ ଜିଲ୍ଳ୍ାପାଳ ଅନୁରୋଧ କରିଚ୍ଥନ୍ତି ।  ଯେଊଁ ମାନଙ୍କର ଘରେ ରହିବାର ସୁବିଧା ନ ଥିବ ସେମାନେ ପଞ୍ଚାୟତର କୋଭିଡ କେୟାର ହୋମ୍ରେ ରହିବେ ।  ଭୟଭୀତ ନୁହେଁ , ସଚେତନ ଦ୍ୱାରା ହିଁ କରୋନାକୁ ଆମେ ଜିତିପାରିବା ।  ଘରେ ରହୁଥିବା କରୋନା ସଂକ୍ରମିତ ବ୍ୟକ୍ତି, ତାଙ୍କ ପରିବାର ଏବଂ ଅନ୍ୟ ବ୍ୟକ୍ତିମାନେ ଯନôବାନ ହେବା ଉଚିତ ।

ତେଣୁ ଜିଲ୍ଳ୍ାର ପ୍ରତ୍ୟେକ ଅଧିବାସୀ କରୋନାର ମାର୍ଗଦର୍ଶିକାକୁ ମାନି ଚଳିବା ସହ ସଚେତନତାପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି ।  ଯେଉଁ ମାନଙ୍କର ମଧ୍ୟମ ଧରଣର ଲକ୍ଷଣ ପ୍ରକାଶ ପାଇବ ସେମାନଙ୍କୁ  କୋଭିଡ  କେୟାର ସେଣ୍ଟରରେ ରଖାଯିବ ।  ତେବେ ଗୁରୁତର ରୋଗୀ ଓ ଅନ୍ୟାନ୍ୟ ବହୁବିଧ ରୋଗରେ ପୀଡିତ ରୋଗୀ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିସôା ପାଇଁ ପ୍ରେରଣ କରାଯିବ ବୋଲି ଜିଲ୍ଳ୍ାପାଳ ସୂଚନା ଦେଇଚ୍ଥନ୍ତି ।  ବର୍ତ୍ତମାନ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଚ୍ଥି ।  ବର୍ତ୍ତମାନ ଜିଲ୍ଳ୍ାର ପ୍ରାୟ ୨୨୦୦ ଭଳି ଟେଷ୍ଟର ଲକ୍ଷ୍ୟ ରଖାଯାଇଚ୍ଥି ।  ଯେଉଁଥିରେ ଆର.ଟି.ପି.ସି.ଆର. ରେ  ୨ ହଜାର ଓ ଆଣ୍ଟିଜେନ ୨୦୦ କରାଯିବ ।  ପରବର୍ତ୍ତୀ ସମୟରେ ଟେଷ୍ଟିଂକୁ ଦୈନିକ ୪ ହଜାରରୁ ଉର୍ଦ୍ଧକୁ ବଢାଯିବ ବୋଲି ଜିଲ୍ଳ୍ାପାଳ ଅବଗତ   କରାଇବା ସହ ଜନସାଧାରଣଙ୍କର ସହଯୋଗ କାମନା କରିଚ୍ଥନ୍ତି  ।

Leave A Reply