ଭଦ୍ରକ :ଭଦ୍ରକରେ ମିଳିତ କେନ୍ଦୀୟ ଶ୍ରମିକ ସଂଗଠନ ପକ୍ଷରୁ ମୋଦି ହଟାଓ ଭାରତ ବଞ୍ଚାଓ ଦିବସରେ ଜେଲଭେରୋ ଆନ୍ଦୋଳନ ଏବଂ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସିଟୁନେତା କମ୍ରେଡ୍ ଦିବ୍ୟାସିଂହ ନାୟଙ୍କ ସଭାପତିତ୍ୱରେ ସମର ବଳ, ରମେଶ ଯେନା, ରାଧା ଦାସ, ରାମ‘ନ୍ଦ୍ର ଶଙ୍ଖୁଆ, ସୁବାଶିଷ ନାୟକ ପ୍ରମୁଖ ଶ୍ରମିକନେତା ଏହି ଜେଲଭେରୋ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ।କେନ୍ଦୀୟ ଶ୍ରମିକ ସଂଗଠନ ସିଆଇଟିୟୁ,ଏଆଇସିସିଟିୟୁ,ଏଆଇଯିୟୁସି, ଏଆଇୟୁଟିୟୁସି ,ଆଇଏନଟିୟୁସି, ବ୍ୟାଙ୍କ ଓ ବୀମା ସଔଠନର ଶ୍ରମିକନେତାମାନେ ଏହି ଜେଲଭେରୋ ଆନ୍ଦୋଳନରେ ସାମିଲ ହୋଇ ଦେଶବିରୋଧି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା ।
ଦେଶର ମୋଦି ସରକାରଙ୍କର ଶ୍ରମିକବିରୋଧି ନୀତି ଓ କରୋନା ମହାମାରୀକୁ ମୁକାବିଲା କରିବାର ବିଫଳତାକୁ ବିରୋଧ କରି ଦେଶବ୍ୟାପି ପ୍ରତିବାଦ କରାଯାଇଅଛି । କରୋନା ମହାମାରୀ ସମୟରେ ଦୀର୍ଘବର୍ଷ ଧରି ପ୍ର‘ଳିତ ଶ୍ରମଆଇନ୍କୁଡିକ ସଂଶୋଧନ କରାଯାଇଛି । ଶ୍ରମିକମାନଙ୍କ ଦେନିକ କାର୍ଯ୍ୟ ନିର୍ଘଣ୍ଟ ୮ଘଣwା ପରିବର୍ତ୍ତେ ୧୨ ଘଣ୍ଟା କରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ପ୍ରବାଶୀ ଶ୍ରମିକମାନଙ୍କୁ ଥଇଥାନ କରାଯାଉ,ସପେଇ କର୍ମଚାରୀମାନଙ୍କର ୫୦ଲକ୍ଷ ବୀମା କରଣ ପ୍ରଦାନ କରିବା ଏବଂ ତାଲା ବନ୍ଦ ସମୟରେ ଶ୍ରମିମାନଙ୍କୁ ତୁରନ୍ତ ଦରମା ପ୍ରଦାନ ଆଦି ଦାବି ଗୁଡିକୁ ଶ୍ରମିକ ନେତାମାନେ ଦାବୀ କରିଥିଲେ