Odisha news

ସାବଧାନ ଚୀନ୍ ରୁ ବିନା ଅର୍ଡ଼ରରେ ଲୋକଙ୍କ ଘରେ ପହଁଚୁଛି ମଞ୍ଜିରେ ଭର୍ତି ହୋଇଥିବା ରହସ୍ୟ ମୟ ପ୍ୟାକେଟ

0

ନୂଆଦିଲ୍ଲୀ : ଚୀନରୁ ବର୍ତମାନ ଗୋଟିଏ ନୂଆ ସଙ୍କଟ ସାରା ଦୁନିଆକୁ ବ୍ୟାପିବାରେ ଲାଗିଛି ,ଯାହାକୁ ନେଇ କୃଷି ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କୁ ଓ ବ୍ୟକ୍ତି ବିଶେଷଙ୍କୁ ଚେତାବନୀ ଦେଇଛନ୍ତି l ଅସଲ କଥାଟି ହେଲା ଚୀନରୁ ଡାକ ଯୋଗେ ସିଧା ସଳଖ ଅନେକ ଦେଶର ଲୋକମାନଙ୍କ ଘରେ ମଞ୍ଜିରେ ଭାରି ରହିଥିବା ରହସ୍ୟମୟ ପ୍ୟାକେଟ ଆସୁଛି l କୃଷି ମନ୍ତ୍ରଣାଳୟ ପାଖରୁ କୁହlଯାଇଛି ଯେ ଏହା ଅନ୍ୟ ଦେଶର ଜୈବ ବିଭିଧତାକୁ ହାନି ପହଞ୍ଚାଇବାର ପ୍ରୟାସ ହୋଇପାରେ l

କିନ୍ତୁ ଭାରତରେ ଏପର୍ଯ୍ୟନ୍ତ ଏପରି କୌଣସି ପ୍ୟାକେଟ ଆସିନାହିଁ ,ଏହା ସତ୍ବେବି କୃଷି ମନ୍ତ୍ରଣାଳୟ ବିଚଳିତ ହୋଇଯାଇଛି l କୃଷି ମନ୍ତ୍ରଣାଳୟ କହିଛି ଯେ ଏହି ରହସ୍ୟମୟ ପ୍ୟାକେଟ ଯେ କୌଣସି ଦେଶର ଜୈବ ବିଭିଧତା ପାଇଁ ବିପଦ ସୃଷ୍ଟି କରିପରେ l ଗତ ସପ୍ତାହରେ ଜାରି କରାଯାଇଥିବା ଏକ ଚେତାବନୀରେ କୃଷି ମନ୍ତ୍ରଣାଳୟ ଫସଲ ସହିତ ଯୋଡି ହୋଇଥିବା ସମସ୍ତ ସଂସ୍ଥାକୁ ସତର୍କ ରହିବ ପାଇଁ କୁହ ଯାଇଥିଲା l ସୂଚନା ଯୋଗ୍ୟ ଯେ ଆମେରିକା ,କାନାଡ଼ା ,ବ୍ରିଟେନ ,ନିୟୁଜିଲାଣ୍ଡ ,ଜାପାନ ଓ ୟୁରୋପର ଅଧିକାଂଶ ଲୋକଙ୍କ ଘରେ ଏହି ପ୍ରକାର ପ୍ୟାକେଟ ଚୀନ ଦ୍ୱାରା ପଠାଯାଇଛି l

ବିଭିନ୍ନ ସରକାରୀ ଏଜେନ୍ସି ,ରିସର୍ଚ ସଂସ୍ଥା ଓ କମ୍ପାନୀ ଗୁଡିକୁ ପଠାଯାଇଥିବା ପାତ୍ରରେ ମନ୍ତ୍ରଣାଳୟ କହିଛି ଯେ ଗତ କିଛିମାସ ହେଲାଣି ଶସ୍ୟରେ ପୂର୍ଣ୍ଣ ହୋଇଥିବା ଅଧିକାଂଶ ରହସ୍ୟମୟ ପ୍ୟାକେଟ ଦୁନିଆର ଅଧିକାଂଶ ଦେଶକୁ ପଠାଯାଇଛି l ଏହି ପରି ଭାବରେ ଶସ୍ୟ ପ୍ୟାକେଟ ଗୁଡିକ ବିନା ଅର୍ଡରରେ ମିଳିବl ଠିକ ନୁହେଁ l ଏହା ଘାତକ ପ୍ରଜାତିର ମଞ୍ଜି ହୋଇପାରନ୍ତି ଓ ଏହା ଦ୍ୱାରା କୌଣସି ରୋଗ ଜନିତ ତତ୍ୱ ଯାହା ରୋଗ ସଂକ୍ରମଣ କରିବାରେ ଓ ମାନବ ସମାଜକୁ କ୍ଷତି ଘଟାଇ ପରେ ,ଏହା ଦ୍ୱାରା ପର୍ଯ୍ୟ ବରଣ,କୃଷି ଓ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ରହିଛି l

Leave A Reply