Odisha news

ଖୋର୍ଦ୍ଧା : ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଅଟୋମାଲିକ ସଂଘ

0

ଖୋର୍ଦ୍ଧା : ମହାମାରୀ କରୋନା ପ୍ରଭାବରେ ଜୀବିକା ହରାଇଛନ୍ତି ଅଟୋମାଲିକମାନେ । ଦୀର୍ଘ ୪ମାସରୁ ଉଦ୍ଧ୍ୱର୍ ହେଲାଣି ରାସ୍ତାରେ ଗଡୁନି ଅଟୋ । ଫଳରେ ପରିବାର ଭରଣ ପୋଷଣ କରିବା ଏବେ ସେମାନଙ୍କ କାଠିକର ପାଠ ହେଲାଣି । ସେହିପରି ଅଟୋ ପାଇଁ ବିଭିନ୍ନ ଘରୋଇ ବ୍ୟାଙ୍କରୁ ଋଣ ଆଣିଥିବା ମାଲିକମାନେ ମଧ୍ୟ ଅଟୋ ନ ଚାଲିବାରୁ କିସ୍ତି ଦେଇପାରୁନାହାନ୍ତି । ଯାହାଫଳରେ ରୋଜଗାର ନହେବାରୁ ମାନସିକ ଚାପ ସମେତ ପିଲାଙ୍କ ପାଠପଢା ନିମନ୍ତେ ସେମାନେ ଚିନ୍ତାରେ ରହିଛନ୍ତି ।

ଏଣୁ ସରକାରଙ୍କ ତରଫରୁ ସେମାନଙ୍କୁ ସହାୟତା ପ୍ରଦାନ କରାଯାଉବୋଲି ମୁଖ୍ୟମନ୍ତ୍ରୀ ଙ୍କ ଉଦେ୍ଦଶ୍ୟରେ ଖୋର୍ଦ୍ଧାର ମା’ଜାଗୁଳାଇ ଅଟୋମାଲିକ ସଂଘ ପକ୍ଷରୁ ସୋମବାର ଦିନ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ଭଗବାନ ବେହେରାଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର, ମନୋଜ କୁମାର ମହାନ୍ତି, ମୋହିଉଦ୍ଦିନ ଖାନ୍, କୃପାସିନ୍ଧୁ ବରାଳ, ମୁଖ୍ୟ ଉପଦେଷ୍ଟା ଦିଲ୍ଲିପ କୁମାର ହୋତା ଏବଂ ଲଳିତ ମୋହନ ମହାପାତ୍ରଙ୍କ ସମେତ ଅନ୍ୟମାଲିକମାନେ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ସଂଘ ର ଦାବୀ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ ସନତ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

Leave A Reply