Odisha news

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ନାବାଳକକୁ ଗିରଫ କଲା ପୁଲିସ

0

ସୋର : ସୋର ବ୍ଲକ ନଦୀଗାଁ ପଞ୍ଚାୟତର କାନପୁର ଗ୍ରାମର ଜଣେ ନାବାଳକ ସେହି ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସୋର ପୁଲିସ୍ ଦୁଷ୍କର୍ମକାରୀ ନାବାଳକକୁ ଗିରଫ କରି ଜୁଭେନାଇଲ ଗୃହକୁ ପଠାଇଦେଇଥିବା ଜଣାପଡ଼ିଛି । ଏହି ଗ୍ରାମର ଜଣେ ୧୦ ବର୍ଷର ବାଳିକା ଏକୁଟିଆ ଘରେ ଥିବା ବେଳେ ଗ୍ରାମର ଏହି ବାଳକ ଜଣକ ପାଣିମାଗି ପିଇବା ବାହାନାରେ ତା ସହିତ ଦୁଷ୍କର୍ମ କରି ପଳାଇ ଯାଇଥିଲା ।

ପୁଣି ସେ ଫେରି ଆସି ଏକଥା ଅନ୍ୟ କାହାରିକୁ ନକହିବାକୁ ଧମକ ଦେଇ ତଣ୍ଟି ଚିପିବା ସମୟରେ ନାବାଳିକାର  ବାପା ଘରକୁ ଫେରି ଝିଅର ଏ ଅବସ୍ଥା ଦେଖି ନାବାଳକକୁ ଅଟକ ରଖି ଗ୍ରାମବାସୀଙ୍କ ସର୍ହାୟତାରେ ସୋର ଥାନାକୁ ଆସି ଅଭିଯୋଗ କରିଥିଲେ । ପୁଲିସ୍ ଅଭିଯୋଗ ମୂଳେ  ଦଫା ୩୭୬( କ ଓ ଖ) ପୋସ୍କୋ ଆର୍କ୍ଟରେ ୨୪୨/୨୦ରେ ମାମଲା ରୁଜୁ କରି ଆଇଆଇସି ମଧୁମିତା ମହାନ୍ତି ଏବଂ ଏସ୍ଆଇ ସୂର୍ଯ୍ୟନାରାୟଣ ନାୟକ କାନପୁରରୁ ଅଭିଯୁକ୍ତ ନାବାଳକକୁ ଗିରଫ କରି ଆଜି ସକାଳେ ଅନୁଗୁଳ ଜୁଭେନାଇଲ୍  ଗୃହକୁ ପଠାଇଦେଇଛନ୍ତି ।

Leave A Reply