ଫୁଲବାଣୀ ଏବଂ ଅନ୍ୟାନ୍ୟ ଲ୍ୟାମ୍ପସ ପକ୍ଷରୁ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ନିମନ୍ତେ ଡ଼ାକବାଜୀ ଜନ୍ତ୍ର ଦ୍ୱାରା ଘୋଷଣା
ଫୁଲବାଣୀ (ସନ୍ତୋଷ ମିଶ୍ର ): କନ୍ଧମାଳ ଜିଲ୍ଳା ସଦରମହକୁମା ଫୁଲବାଣୀରେ ଥିବା ଲ୍ୟାମ୍ପସ୍ର ଶାଖା ପରିଚାଳକ ଭୀମସେନ ସାହୁଙ୍କ ସମେତ ଖଜୁରୀପଡ଼ା ବ୍ଳକ ଅର୍ନ୍ତଗତ ଦୁତୀମେଣ୍ଢୀ ଲ୍ୟାମ୍ପଶେସ୍ର ଶାଖା ପରିଚାଳକ ପ୍ରଦୀପ କୁମାର ସେଠୀଙ୍କ ପରିଚାଳନାରେ ଉଭୟ ଫୁଲବାଣୀ ଏବଂ ଖଜୁରିପଡା ବ୍ଳକ ଅଂଚଳରେ ଧାନ ଅମଳପରେ ବିକି୍ର କରିବାପାଇଁ ଚାଷିମାନଙ୍କୁ ସେମାନଙ୍କର ନାମ ପଞ୍ଜିକରଣ କରାଇବାକୁ ଉଭୟ ଅଂଚଳରେ ଥିବା ଚାଷି ମାନଙ୍କର ଅବଗତି ନିମନ୍ତେ ଡାକବାଜି ଯନ୍ତ୍ର ଯୋଗେ ଏବଂ ପୋଷ୍ଟର ଲଗାଇ ପ୍ରଚାର କାର୍ଯ୍ୟ ଆରମ୍ଭ କରାଯାଇଛି । ଫୁଲବାଣୀର ସମସ୍ତ ୧୧ଟି ପଂଚାୟତ ସମେତ ବ୍ଳକ ସଦରମହକୁମାରେ ମଧ୍ୟ ଚାଷିମାନଙ୍କର ଅବଗତି ପାଇଁ ଯୋଗାଣ ନୀରିକ୍ଷକ ତିଳତମା ପ୍ରଧାନଙ୍କର ନିଦେ୍ର୍ଧଶରେ ଆଜିଠାରୁ ଏହି ପ୍ରଚାର କାର୍ଯ୍ୟ ଆରମ୍ଭ କରାଯାଇଛି ।
ଯାହା ଦ୍ୱାରା ଅଂଚଳର ଚାଷି ମାନେ ପୁର୍ବରୁ ସେମାନଙ୍କର ନାମ ପଞ୍ଜିକରଣ କରାଇନେବା ଦ୍ୱାରା ସେମାନଙ୍କର ଧାନ ଅମଳ ପରେ ସହଜରେ ଏବଂ ଶିଘ୍ର ସେମାନଙ୍କର ଧାନକୁ ଲ୍ୟାମ୍ପସରେ ସଠିକ ଦାମରେ ବିକି୍ର କରିପାରିବେ । ସେହିପରି ଜିଲାର ଖଜୁରିପଡା ବ୍ଳକ ଅଂଚଳରେ ଥିବା ଆଜି ଦୁତୀମେଣ୍ଢି,ଦୁତୀପଡ଼ା,ପରୁକୁଡ଼ି,ଗୁଡାରୀ, ସୁଡ୍ରେଜୁ,ସୁଡୃକୁମ୍ପା, ବିଲାବାଡି,ବଲସକୁମ୍ପା, ଆଡାସିପଡ଼ା ଆଦି ପଂଚାୟତର ବିଭିନ୍ନ ଅଂଚଳରେ ଥିବା ଚାଷୀମାନଙ୍କ ପାଖକୁ ଯାଇ ଧାନ (ଖରିଫ ଫସଲ) ସଂଗ୍ରହ ନିମନ୍ତେ ଆଗୁଆ ଚାଷୀ ପଞ୍ଜିକରଣ କରିବା ପାଇଁ ଖଜୁରିପଡା ଶାଖାର ପରିଚାଳକ ପ୍ରଦୀପ କୁମାର ସେଠୀଙ୍କ ପରିଚାଳନାରେ ଡ଼ାକବାଜୀ ଜନ୍ତ୍ର ମାଧ୍ୟମରେ ଘୋଷଣା କରି ଚାଷି ମାନଙ୍କୁ ସୁଚନା ପ୍ରଦାନ କରାଯାଇଛି ।
ଏତତ୍ ବ୍ୟତିତ ପୁର୍ବରୁ ପଞ୍ଜିକୃତ ଚାଷୀଙ୍କ ନବୀକରଣ,ନୁତନ ଚାଷି ପଞ୍ଜିକରଣ,ପଞ୍ଜିକୃତ ତଥ୍ୟ ବାବଦରେ ଆପତି ଗ୍ରହଣ,ଚାଷି ମାନଙ୍କ ଦାୟିତ୍ୱ ସମନ୍ଧରେ ଅବଗତ କରାଯାଇଛି । ପ୍ରତ୍ୟେକ ପଂଚାୟତ ଗୁଡିକରେ ଫ୍ଲେକ୍ସ ମଧ୍ୟ ଲଗାଯିବା ସହିତ ଲୋକଙ୍କୁ ଏହି ବାବଦରେ ସଚେତନ କରାଯାଇଛି । ଯାହା ଦ୍ୱାରା ଚାଷିଟିଏ ଧାନ ଅମଳ କରି ଧାନର ଉଚିତ ମୁଲ୍ୟ ପାଇପାରିବ ସେଥିପାଇଁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସୁବିଧା ସମ୍ବନ୍ଧରେ ଜଣାଇବା ସହିତ କରୋନା ମହାମାରୀ ସମ୍ବନ୍ଧରେ ମଧ୍ୟ ସତର୍କ ଓ ସଚେତନ କରିଛନ୍ତି ।