Odisha news

କୋଣାର୍କ କୋଭିଡ଼ ସେବାକେନ୍ଦ୍ରରୁ ସୁସ୍ଥ ହୋଇ ଫେରିଲେ ୫୮ ଜଣ କରୋନା ଆକ୍ରାନ୍ତ

0

କୋଣାର୍କ :ଗତ ମାର୍ଚ୍ଚ ମାସରୁ ମହାମାରୀ କରୋନାର ପ୍ରକୋପ ଜାରି ରହିଛି ।କୋଣାର୍କରେ ଗତ ନବକଳେବର ଠାରୁ ନିର୍ମାଣ ହୋଇ ଉଦଘାଟନ ହୋଇନଥିବା ପାଞ୍ଚକୋଟି ଟଙ୍କାର  ଶିଶୁ ଓ ମାତୃମଙ୍ଗଳ ଡ଼ାକ୍ତରଖାନା ପରିସରରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି କୋଭିଡ଼ ସେବାକେନ୍ଦ୍ର ଖୋଲାଯାଇଛି । ଏହି ଡ଼ାକ୍ତରଖାନା ପରିସରରେ ଖୋଲିଥିବା  କୋଭିଡ଼ ସେବାକେନ୍ଦ୍ର ପରିସରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।ଏଥି ପାଇଁ ପ୍ରାୟ ୪୦ ଜଣ ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମୁତୟନ ହୋଇଛନ୍ତି ।

ଗତ ଜୁଲାଇ ୧୦ ତାରିଖରୁ  ଅଦ୍ୟାବଧି ପୁରୀ ଜିଲ୍ଲାର ବ୍ରହ୍ମଗିରି, ଚିଲିକା ,କଣାସ,ଡ଼େଲାଙ୍ଗ,,ଗୋପ, ନିମାପଡ଼ା, କୃଷ୍ଣପ୍ରସାଦ,ପୁରୀ ସଦର ଓ କାକଟପୁର ସମେତ ଜିଲ୍ଲାର ସମସ୍ତ ବ୍ଳକ ଓ ଏନଏସି ମ୍ୟୁନିସପାଲଟି  ଅଂଚଳର ମୋଟ ୮୨ ଜଣ କରୋନା ଆକ୍ରାନ୍ତଙ୍କୁ କୋଣାର୍କ କୋଭିଡ଼ ସେବାକେନ୍ଦ୍ରରେ ଚିକିତ୍ସା କରାଯାଇଛି ।ତନ୍ମଧ୍ୟୟରୁ ଏକମାସ ଅର୍ଥାତ ଅଗଷ୍ଟ ୧୦ ତାରିଖ ସୁଦ୍ଧା ମୋଟ ୫୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେବାପରେ  କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି ।ଅନ୍ୟ ୨୪ ଜଣଙ୍କର ଚିକିତ୍ସା ଜାରି ରହିଥିବା ସଂପର୍କରେ ଗୋପବ୍ଳକ କୋଭିଡ଼ ପରିଚାଳନା ଦାୟିତ୍ବରେ ଥିବା ନୋଡ଼ାଲ ଅଧିକାରୀ ମନୋରଂଜନ ମହାନ୍ତି ଓ କୋଣାର୍କ ଏନଏସି ର କୋଭିଡ଼ ପରିଚାଳନା ଦାୟିତ୍ବାଧିନ ନୋଡ଼ାଲ ଅଧିକାରୀ ଭାଗିରଥି ବରାଳ ସୂଚନା ଦେଇଛନ୍ତି

Leave A Reply