Odisha news

ପୁଣି ରାୟଗଡାରେ ୧୮ ପଜିଟିଭ୍ ଚିହ୍ନଟ

0

ରାୟଗଡା,୯ ।୮(Rabindra Patkhandal) :  ଆଜି ଦିନକରେ ୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ୧୪୭୯କୁ ଛୁଇଁଲା । ଆଜିର ପୁରୁଷ ଆକାନ୍ତଙ୍କ ସଂଖ୍ୟା ୧୨ ଥିବା ବେଳେ ମହିଳାଙ୍କ ସଂଖ୍ୟା ୪ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ତେବେ ଚିହ୍ନଟ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ୨ କୋଭିଡ ଯୋଦ୍ଧା ହୋଇଥିବା ବେଳେ ରାୟଗଡା ସହରରୁ ୧୩, ଗ୍ରାମାଚଂଳରୁ ୨, ଚନ୍ଦ୍ରପୁର ୨ ଏବଂ କାଶିପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୧୪୭୯ ଜଣ ଚିହ୍ନଟ ହୋଇଥିବା ବେଳେ ୯୦୨ ଜଣ ସୁସ୍ଥଲାଭ କରିଛନ୍ତି । ୧୦ ଜଣ କରୋନା ସଂକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି ।

ବର୍ତ୍ତମାନ ଜିଲ୍ଲାରେ ୫୬୭ ଜଣ କରୋନା ପଜିଟିଭ୍ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଂଟର ଏବଂ ଜେକେପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଲାରୁ ୨୮୯ ଜଣ କୋଭିଡ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିବା ବେଳେ ୧୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୮ ଜଣ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୂରତା ବଜାୟ ରଖିବା ସହ ବାହାରକୁ ବାହାରିଲେ ମାସ୍କ ପରିଧାନ କରିବା ସହ ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପରାମର୍ଶ ଦେଇଛନ୍ତି । ଏଥି ସହ ରାଜ୍ୟ ସରକାର ଜାରୀ କରିଥିବା କୋଭିଡ ୧୯ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Nalco
Leave A Reply