Odisha news

କାଠ ଚୋରା ଚାଲାଣ : ବନ କର୍ମଚାରୀ ମାନେ ଚଢ଼ାଉ କରି କାଠ ସହିତ ଟାଟା ଏସିଇ ଜବତ କଲେ

0

ବେତନଟୀ  : ଗତକାଲି ବେତନଟୀ ରେଞ୍ଜର ବଡାମପୁର ବନପାଳ କ୍ଷେତ୍ରର ଚହଲାପଦା ନିକଟରେ କାଠ ଚୋରା ଚାଲାଣ କରୁ ଥିବାର ଖବର ପାଇ ବନ କର୍ମଚାରୀ ମାନେ ଚଢ଼ାଉ କରି ଥିଲେ । ଏହି ଚଢ଼ାଉରେ ଓଡି-୦୧ଏବି-୮୩୪୭ ଟାଟା ଏସିଇ ଗାଡିକୁ ଆକାଶିଆ କାଠ ସହିତ ଜବତ କରା ଯାଇଛି । ଏହାର ଚାଳକ ଓ ଅନ୍ୟ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।

ଘଟଣାକୁ ବେତନଟୀ ରେଞ୍ଜରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ, ବେତନଟୀ ବନପାଳ ସୁଶାନ୍ତ କୁମାର ବାଗ, ବଡାମପୁର ବନପାଳ ଶିରିଶ ଦଳେଇ, ବନରକ୍ଷୀ ଲମ୍ବୋଦର ମହାନ୍ତ ଓ ଅନ୍ୟମାନେ ଏହି ଚଢ଼ାଉରେ ସାମିଲ ଥିଲେ । କାଠ ମଧ୍ୟରେ ଗଣ୍ଡି ଓ ଫାୟାର ଉଡ ରହି ଥିବାର ଜଣା ପଡିଛି ।

Leave A Reply