ରାୟଗଡା (ରବୀନ୍ଦ୍ର ପାଟଖଣ୍ଡଳ ) : ରାୟଗଡା ଜିଲ୍ଲା ବିଷମକଟକ ନିଟକସ୍ଥ ନାନିରିଗୁଡା ଠାରେ କୋଭିଡ କେୟାର ସେଂଟରରେ ଅବ୍ୟବସ୍ଥା ନେଇ ଗତକାଲି ସୋସିଆଲ ମିଡିଆରେ ଖବର ଭାଇରାଲ ହେବାପରେ କୋଭିଡ କେୟାର ସେଂଟରର ଦାୟିତ୍ୱରେ ଥିବା ଅଧିକାରୀ ମାନେ ତତ୍ପରତା ଦେଖାଇଛନ୍ତି । ଆଜି ସକାଳୁ ସକାଳୁ ନିର୍ଧାରିତ ସମୟରେ କରୋନା ଆକ୍ରାନ୍ତ ଅନ୍ତେବାସୀଙ୍କୁ ଜଳଖିଆ ସହ ମଧ୍ୟାହ୍ନ ଭୋଜନରେ ହାଇଜେନିକ ଖାଦ୍ୟ ଯୋଗାଇ ଦିଆଯାଇଥିବା ନେଇ ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।
ପ୍ରତିବାଦ ନକଲେ ସଫଳ ରୁପାୟନ ହୁଏନାହିଁ । ଏହା ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ପରିଲିଖିତ ହୋଇଥିବା ବେଳେ ଶେଷରେ ରୋଗୀଙ୍କ ଠାରେ ଏହିଭଳି ସ୍ଥିତି ଆସି ପହଞ୍ଚିଛି ।
ଚିକିତ୍ସା ପାଇଁ ନିଆଯାଉଥିବା ରୋଗୀ କୋଭିଡ଼ ଭଳି ମହାମାରୀ ରୋଗକୁ ବର୍ତ୍ତମାନ ଗୋଟିଏ ମାତ୍ର ପ୍ରତିକାର ରୋଗୀଙ୍କୁ ସୁସମ ଗରମ ପୁଷ୍ଠିକର ଖାଦ୍ୟ ତାଦ୍ୱାରା ପ୍ରତିରୋଧକ ଶକ୍ତି ବଡ଼ିଥାଏ । ଏହି କାରଣ ପାଇଁ ରୋଗୀଙ୍କୁ ଘରରୁ ନେଇ କୋଭିଡ଼ କେୟାର କେୟାର ସେଣ୍ଟର ରଖୁଥିବା ବେଳେ ସେହି ଖାଦ୍ୟର ମାନ ହିଁ ଠିକ ରହୁିନାହିଁ ବୋଲିି ଅଭିଯୋଗ ବାରମ୍ବାର ବିଭିନ୍ନ କୋଭିଡ଼ ସେଣ୍ଟରରୁ ଆସୁଛି । ତେବେ ଗତକାଲି ନାନିରିଗୁଡା କୋଭିଡ କେୟାର ସେଂଟରରେ ସକାଳୁ ଜଳଖିଆ ୧୧ଟା ସମୟରେ ଦେଇଥିବା ବେଳେ ମଧ୍ୟାହ୍ନ ଭୋଜନ ଅପରାହ୍ନ ୩.୩୦ ସମୟରେ ପ୍ରଦାନ କରିବା ନେଇ ଅନ୍ତେବାସୀ ମାନେ ନିଜ ନିଜ ଘରକୁ ଯିବା ପାଇଁ କୋଭିଡ କେୟାର ସେଂଟରରୁ ବାହାରିଥିଲେ ।
ସେହି ସମୟରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲବର୍ଟ ଲାକ୍ରା, ତହସିଲଦାର ଶୁଭେନ୍ଦୁ ଜେନା ଏବଂ ଥାନା ଅଧିାକରୀ ଯୋଶବନ୍ତ ହିଆଲ ସେଠାରେ ପହଂଚି ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ ବୁଝାସୁଝା କରିବା ସମୟରେ ଜଣେ ମହିଳା ସେଠାରେ ଅଚେତ ହୋଇ ପଡିଥିଲେ । ଅନ୍ତେବାସୀ ମାନେ ସେମାନଙ୍କୁ ନିମ୍ନମାନର ଖାଦ୍ୟ ସହ ସଠିକ୍ ସମୟରେ ଖାଦ୍ୟ ଦେଉନଥିବା ଏବଂ ଦୀର୍ଘ ଦିନ ଧରି ଶୌଚାଳୟ ସଫା ହେଉନଥିବା ନେଇ ଅଭିଯୋଗ କରିଥିଲେ ।
କୋଭିଡ କେୟାର ସେଂଟର ପରିଚାଳନା ପାଇଁ ଗୋଷ୍ଠୀ ଉନ୍ନୟନ ୬ ଜଣଙ୍କୁ ଦାୟିତ୍ୱ ଦେଇଥିଲେ ମଧ୍ୟ କେବଳ ୨ ଜଣ ବ୍ୟକ୍ତି ଦାୟିତ୍ୱ ତୁଲାଉଥିବା ବେଳେ ଅନ୍ୟ ୪ ଜଣ ସେଠାକୁ ଆସୁନଥିବା ଅଭିଯୋଗ ହୋଇଛି । ଏଥି ସହ ଦୈନିକ ୨୫୦ ଟଙ୍କା ଅନ୍ତେବାସୀ ମାନଙ୍କ ଖାଦ୍ୟପେୟର ଖର୍ଚ୍ଚ ନିମନ୍ତେ ଆସୁଥିବା ବେଳେ କାହିଁକି ଖାଦ୍ୟ ଯୋଗାଣ ବ୍ୟକ୍ତିଙ୍କୁ ୨୨୦ ଟଙ୍କା ପ୍ରଦାନ କରାଯାଉଛି ବୋଲି ଅଭିଯୋଗ କରିଥିଲେ ଅନ୍ତେବାସୀ ମାନେ । ଏନେଇ ଗତକାଲି ଠାରୁ ସୋସିଆଲ ମିଡ଼ିଆରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱର ସହ ନେଇ ସମସ୍ତ କୋଭିଡ଼ କେୟାର ସେଣ୍ଟରେ ଆଜି ସୁସମ ଖାଦ୍ୟ ଅନ୍ତେବାସୀଙ୍କୁ ଯୋଗାଇ ଦେଇଛନ୍ତି ।