ଭଦ୍ରକ,୩୧ ।୦୭(ଜିପ୍ର):ଭଦ୍ରକ ଜିଲ୍ଳାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଶନିବାର ଓ ରବିବାରକୁ ଶଟଡାଉନ କରାଯାଇଛି । ଅଗଷ୍ଟ ୧ଶନିବାର ସକାଳ ୫ଟା ଠାରୁ ଅଗଷ୍ଟ ୩ ତାରିଖ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସମଗ୍ର ଜିଲ୍ଲାକୁ ଶଟଡାଉନ କରିଛନ୍ତି । ଏହି ସମୟରେ ଜିଲ୍ଲା ତମାମ ସାନିଟାଇଜେସନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ କରୋନା ଆକ୍ରାନ୍ତ ଜଣେ ଚିହ୍ନଟ ହେବା ପରେ ଜିଲ୍ଳାର ମୋଟ ଆକ୍ରାନ୍ତ ସଂଖ୍ୟା ୬୦୭କୁ ବୃଦ୍ଧି ପାଇଛି ।
ଇତିମଧ୍ୟରେ ୨୯ଜଣ ସୁସ୍ଥ ହେବା ପରେ ସୁସ୍ଥଙ୍କ ସଂଖ୍ୟା ୫୦୭ ହୋଇଛି । ଏବେ ଆକଫିଭ୯୮ଜଣ ଅଛନ୍ତି । ଯେଉଁ ଜଣକ ନୂଆ ଆକା୍ରନ୍ତ ଚିହ୍ନଟ ହୋଇଛନ୍ତି ସେ ଭଦ୍ରକ ପୌରପାଳିକାର ୯ ନଂ ଓ୍ୱାର୍ଡ ବନ୍ତଛକ ଆଚାର୍ଯ୍ୟ ନଗର ଅଞ୍ଚଳର ବୋଲି ସୂଚନା ଦିଆ ଯାଇଛି । ଅନ୍ୟପକ୍ଷରେ ଏହି ଶଟ୍ଡାଉନ ପାଇଁ ଭଦ୍ରକ ପୌରପାଳିକା ସମେତ ଜିଲ୍ଳାର ସମସ୍ତ ବ୍ଲକ, ପୌରପାଳିକା ଅଞ୍ଚଳରେ ମାଇକ ଦ୍ୱାରା ପ୍ରଚାର କରାଯାଇ ଲୋକଙ୍କୁ ଅବଗତ କରାଯାଇଛି ।