Odisha news

ସାହୁପଡା ପଂଚାୟତରେ ଚାରା ରୋପଣ

0

ବରୀ, (ପିପିଏସ)- ବରୀ ବ୍ଲକ୍ ଅଧିନ ସାହୁପଡା ପଂଚାୟତକୁ ସବୁଜିମା କରିବା ପାଇଁ ସରପଂଚ ସରୋଜିନୀ ପଣ୍ଡା ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସାହୁପଡା -ଧାରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ମୂଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦାନ କରି ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିନରେ ୨୦୦ ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି ।

ସରପଂଚ ପଣ୍ଡାଙ୍କ ସମେତ ଭାରପ୍ରାପ୍ତ ବିଡିଓ ଶାସ୍ୱତ ଜେନା, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ, ଯୁବ ବିଜେଡି ସଭାପତି ରଞ୍ଜନ ପଣ୍ଡା, ଅଶୋକ ପଣ୍ଡା, ତପନ ପଣ୍ଡା ପ୍ରମୁକ ଚାରା ରୋପଣ କରିଥିଲେ । ବିଧାୟିକା ଦାସ ପ୍ରତ୍ୟହ ନିଜ ନିଜ ବାଡିରେ ଚାରା ରୋପଣ କରିବାକୁ ପଂଚାୟତ ବାସୀଙ୍କୁ ପରାମର୍ଶ ଦେଇଛନ୍ତି । ବୃକ୍ଷ ହିଁ ଜୀବନ , ବୃକ୍ଷ ନରହିଲେ ଜୀବନ ରହିବା କଷ୍ଟ ହୋଇପଡିବ । ତେବେ ସମଗ୍ର ବରୀ ଅଂଚଳରେ ଚାରା ରୋପଣ କରି ସବୁଜିମା କରିବା ପାଇଁ ଏହି ନିଷ୍ପତି ନିଆଯାଇଛି ବୋଲି ବିଧାୟିକା ଦାସ କହିଥିଲେ ।

Leave A Reply