Odisha news

କୋଭିଡ଼୍ଯୋଦ୍ଧାଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟବନ୍ଦ ଧମକ୍

0

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାରବାଟିଆ ହାଇସ୍କୁଲ କ୍ୱାରେନ୍ଟାଇନ୍ ସେଣ୍ଟରରେ ଗତ ବୁଧବାର ଦିନ ଜନୈକ ପ୍ରବାସୀଙ୍କ ଅସ୍ୱାଭାବିକ ମୃତୁ୍ୟ ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ଆଶାକର୍ମୀ ଗୌରୀବାଳା ଦତ୍ତ, କବିତା ଦତ୍ତ ଓ ଏଏନ୍ଏମ୍ ସୁଚିତ୍ରା ଦତ୍ତଙ୍କୁ ଅମାନୁଷିକ ଭାବେ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ  ।

ଏହି ଘଟଣାର ପ୍ରତିବାଦରେ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଧମକ ଦିଆଯାଇଛି  । ଘଟଣାର ତଦନ୍ତ ସହ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଏବାବଦରେ ଭୋଗରାଇ ଥାନା, ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଓ ବିଡ଼ିଓଙ୍କୁ ଲିଖିତଭାବେ ଅବଗତ କରାଯାଇଛି  ।

Leave A Reply