Odisha news

ଭୁବନେଶ୍ୱରରୁ ଆଉ ୧୦୫ କରୋନା ପଜିଟିଭ୍

0

ଭୁବନେଶ୍ୱର, ୩୦ ଜୁଲାଇ – ଭୁବନେଶ୍ୱର ସହରରୁ ଗୁରୁବାର ଆଉ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ କ୍ୱାରେଂଟାଇନ୍ ରୁ ଠାବ ହୋଇଥିବା ବେଳେ ୪୬ ଜଣ ଲୋକାଲ କେସ୍ ରହିଛନ୍ତି । ଅନ୍ୟପକ୍ଷରେ ଆଜି ଗୋଟିଏ ଦିନରେ ୧୨୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଗୁରୁବାର ଆଉ ୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ଟପି ୨୬୦୭ ହୋଇଛି । ସେମାନଙ୍କ ମଧ୍ୟରୁ ୧୩୩୯ ଜଣ ସୁସ୍ଥ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତମାନ ୧୨୫୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।

Leave A Reply